Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସ୍ଵର୍ଗତ ସାମ୍ବାଦିକ ଦିବାକର ପାଣ୍ଡି ଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ କବିସୂର୍ଯ୍ଯନଗର ବିଧାୟିକା 

 

 

ଜେ ବି ଏନ, ବ୍ରହ୍ମପୁର ( ୧୨.୦୨.୨୦୨୧, ରିପୋର୍ଟ, ଟୁକୁନା ପ୍ରଧାନ )-: ଗଂଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ପାଣ୍ଡି ସାହି ବାସିନ୍ଦା ତଥା ଓଡିଶା ଏକ୍ସପ୍ରେସ ଖବରକାଗଜ ର କୋଦଳା ପ୍ରତିନିଧି ଦିବାକର ପାଣ୍ଡି (ବାବୁଲା, ୪୮) ଙ୍କ ଗତକାଲି ରାତ୍ର ପ୍ରାୟ ୩ ଘଣ୍ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ରାତିରେ ତାଙ୍କର ଛାତି ରେ ଯନ୍ତ୍ରଣା ଅନୁଭବ ହେବାରୁ ପ୍ରଥମେ ତାଙ୍କୁ କୋଦଳା ମେଡିକାଲ୍ କୁ ନିଆଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ କୁ ନେବା ବାଟରେ ଭୂତ ସରସିଂ ନିକଟରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି । ସେ ଖଲ୍ଲିକୋଟ ରାଣୀ ମା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ଜଣେ ଦୃଢ ସମର୍ଥକ ଭାବେ ଜଣାଶୁଣା ଥିଲେ । ତାଙ୍କର ଚାରି ଝିଅ ଗୋଟେ ପୁଅ ଅଛନ୍ତି । ଶେଷକୃତ୍ୟ କୋଦଳା ଠାରେ ହୋଇଥିଲା । ତାଙ୍କର ଶେଷ ଦର୍ଶନ ନିମେନ୍ତ ବିଜେଡି ନେତା ସୀତାରାମ ପାଣିଗ୍ରାହୀ, ଭଗବାନ ସ୍ଵାଇଁ, ବିଜୟ କୁମାର ଦୋରା, ସଂଜୀବ କୁମାର ସାହୁ, ଗୋପାଳ କୃଷ୍ଣ ସାହୁ, ଗୃହରକ୍ଷୀ ରଜନୀକାନ୍ତ ସେଠୀ, ବିଜେପି ନେତା ରଞ୍ଜନ କୁମାର ପଲେଇ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ଆଜି ଖବର ପାଇ

କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସ୍ବର୍ଗତ ପାଣ୍ଡି ଙ୍କ ବାସଭବନ ରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ ।ସେ ଜଣେ ଜଣାଶୁଣା ବିଜେଡି ନେତା ଥିଲେ ।