Spread the love

ହିଙ୍ଗୁଳା ପୀଠରେ ନବରାତ୍ର ପୂଜା
ତାଳଚେର, ୧୨/୧୦ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାରେ ପ୍ରଥମ ଦିବସରେ ଶୈଳପୁତ୍ରୀ ପୂଜନ, ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ପୂଜନ, ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ପୂଜନ, ଚତୁର୍ଥ ଦିବସରେ କୃଷ୍ଣମାଣ୍ଡୈତି ପୂଜନ, ପଞ୍ଚମ ଦିବସରେ ସ୍କନ୍ଧମାତା ପୂଜନ, ଷଷ୍ଠ ଦିବସରେ କାତାୟନୀ ପୂଜନ, ସପ୍ତମ ଦିବସରେ କାଳରାତ୍ରୀ ପୂଜନ, ଅଷ୍ଟମ ଦିବସରେ ମହାଗୌରୀ ପୂଜନ, ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜନ, ଦଶମ ଦିବସରେ ଅପରାଜିତା ପୂଜନ, ଆରତୀ ଓ ପୂର୍ଣ୍ଣାହୂତି ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳନ କରାଯିବ ବୋଲି ଜଣାପଡିଛି । ଆଜି ନବରାତ୍ର ପୂଜାର ଦ୍ୱିତୀୟ ଦିବସରେ ମା ବ୍ରହ୍ମଚାରିଣୀାଙ୍କ ପୂଜନ ସହିତ ସୂର୍ଯ୍ୟପୂଜା, ଗୋପୂଜା, ଦେବୀ ଉପଚାର ପୂଜା, ଚଣ୍ଡୀପାଠ, ହୋମ, ଯଜ୍ଞ ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଅଛି । ସ୍ୱାମୀ ଧୀରେନ୍ ଚୈତନ୍ୟ ମହାରାଜଙ୍କ ଆବାହକତ୍ୱରେ ପଣ୍ଡିତ ସରୋଜ କୁମାର ତ୍ରିପାଠୀ, ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ଧର ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି । କର୍ତାା ଭାବରେ ଦାମୋଦର ଦୋରା, ରାଜକିଶୋର ସାହୁ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରତ୍ୟକ୍ଷ ସହାୟତାରେ ମା ହିଙ୍ଗୁଳାଙ୍କ ପୀଠରେ ନବରାତ୍ର ପୂଜା ଦୀର୍ଘ ୩୭ବର୍ଷ ଧରି ନିରବିଚ୍ଛନ୍ନ ଭାବରେ ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ ଯେ-ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦା ତିଥିରେ ନବରାତ୍ର ପୂଜା ବିଭିନ୍ନ ଶକ୍ତିପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ ।

Leave a Reply

Your email address will not be published. Required fields are marked *