Spread the love

ହିନ୍ଦୋଳ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂଗୀତଝଙ୍କାର କଳା ସଂସଦ ଆନୁକୂଲ୍ୟରେ ହିନ୍ଦୋଳ ରସୁନାମଧନ୍ୟ କଳାକାର ମାନଙ୍କୁ ନେଇ ହିନ୍ଦୋଳ ଆଇଡିଆଲ ସିଙ୍ଗର୍ସ ଗ୍ରୁପ କୁ ନେଇ, ଏକ ଭଜନ ସନ୍ଧ୍ୟାକାର୍ଯ୍ୟକ୍ରମ ଦୁଦୁର କୋଟ ସ୍ଥିତ ପ୍ରଶ୍ନ ମଣି ପ୍ରାଙ୍ଗଣ ରେଅନୁଷ୍ଠିତ ହୋଇଯାଇଛି.. ଉକ୍ତ କାର୍ଯ୍ୟକ୍ରମ କୁଅବସରପ୍ରାପ୍ତ ଜିଲ୍ଲାଜଜ ଶ୍ରୀ ଦୁର୍ଗାଚରଣ ମିଶ୍ର ମୁଖ୍ୟଅତିų ଭାବେ ଯୋଗଦେଇ ଉଦଘାଟନ କରିଥିଲେ..ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚରସଭାପତି ଶ୍ରୀନିବାସ ମିଶ୍ର, ହିନ୍ଦୋଳ ବ୍ଲକ ସାଂସ୍କୃତିକସଙ୍ଘ ର ଉପାଧକ୍ଷ ବିମଲ କୁମାର ବିଶ୍ବାଳ,ସମାଜସେବୀ ତ୍ରିନାଥ ବେହେରା, ଓ ପ୍ରକାଶ କୁମାରପରିଡା ଉପସ୍ଥିତ ଥୂଲେ.. ଉଦଘାଟନ ପରେ ହିନ୍ଦୋଳରବିଭିର୍ଣ ଅଂଚଳର କଣ୍ଠଶିଳ୍ପୀ ଓ ବାଦ୍ୟକାରମାନଙ୍କ ଦ୍ବାରାଭଜନ ପରିବେଷଣ କରାଯାଇଥିଲା.. ବରିଷ୍ଠ କଣ୍ଠଶିଳ୍ପୀଟିଟନ ଦାଶ, ସୁମଙ୍ଗଳ ମହାପାତ୍ର,ମୁକେଶ naath,ଲିଙ୍କୁନ ପତି, ସତ୍ୟାନନ୍ଦ ସାହୁ, ଅଜୟ ବେହେରା, ଓଗାୟିକା ସାଇନା ସର, ସ୍ବର୍ଣମୟୀ ପ୍ରଧାନ, ସୁଭଦ୍ରାବେହେରା, ଅଙ୍କିତା ବାରିକ, ଶ୍ରାବଣୀ ଦାସ,ପ୍ରମୁଖ ସେମାନଙ୍କର ସଂଗୀତ ପରିବେଷଣ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ..ଅନୁଷ୍ଠାନ ର ସଭାପତି ଶ୍ରୀ ରତିକାନ୍ତ ଗଡ଼ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ..ବାଦ୍ୟକାର ଭାବେ ସଞ୍ଜୟ ଦାଶ, ଯୁଗଳ ସାହୁ, ଲିଟୁ ଦାଶ ଓ ସ୍ବର୍ଣମୟୀପ୍ରଧାନ, ସହଯୋଗ କରିଥିଲେ.. ଏହି ନୂତନ ଅନୁଷ୍ଠାନ ଟି କେବଳ ଭଜନ ପରିବେଷଣ କରିବେ ବୋଲି, ଜଣାଯାଇଛି…

Leave a Reply

Your email address will not be published. Required fields are marked *