Spread the love

ଭୂବନେଶ୍ଵର, ୧୦/୦୧ : ଆସନ୍ତା ୧୨ ତାରିଖ ଯାଏଁ ଖୋଲା ରହିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସନ୍ଧ୍ୟାରୁ ୧୨ ତାରିଖ ସନ୍ଧ୍ୟା ଯାଏଁ ପ୍ରଦର୍ଶନୀ ଖୋଲା ରହିବ। ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ବୁଲି ଦେଖିପାରିବେ। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ନିଆଯିବ ନାହିଁ। ଲୋକମାନେ ମାଗଣାରେ ମେଳା ବୁଲି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିପାରିବେ।

ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପର୍ଯ୍ୟଟନ ଠାରୁ ନେଇ ବିଜ୍ଞାନ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଛି। ତେଣୁ ଏହି ପ୍ରଦର୍ଶନୀ ସମସ୍ତେ ଦେଖିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସାଧାରଣ ଲୋକ ବିଶେଷ କରି ଯୁବ ବର୍ଗଙ୍କୁ ଦୃଷ୍ଟିରେ ରଖି ସେ ଏହି ଅପିଲ୍ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହା ବହୁତ ଭଲ କାର୍ଯ୍ୟକ୍ରମ। ବହୁତ ସୁନ୍ଦର ଆୟୋଜନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *