Spread the love

୨୩ ତମ ଶ୍ରାଦ୍ଧ କଟକର ଦ୍ୱତୀୟ ବାଇମୁଣ୍ଡି ବସନ୍ତ ବିଶ୍ୱାଳଙ୍କର

କଟକର ଦ୍ଵିତୀୟ ବାଇମୁଣ୍ଡି, କର୍ମଯୋଗୀ, ବିଶିଷ୍ଟ ରାଜନୈତିଜ୍ଞ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ 23 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। କଟକ କ୍ୟାଣ୍ଟେନମେଣ୍ଟ ରୋଡ଼ ସ୍ଥିତ ଦୟା ଆଶ୍ରମ ନିକଟରେ ଥିବା ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସମୟ ପରିବାର ପକ୍ଷରୁ କରାଯାଇଥିବା ଏହି ସଭାରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଓଜେସି ସଭାପତି ମହମ୍ମଦ ମୋକିମ, ବିଧାୟକ ପ୍ରକାଶ ସେଠୀ, ବିଜେପି ନେତା ପ୍ରଭାତ ବିଶ୍ୱାଳ, ମେୟର ସୁବାଷ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ମାନେ ଉପସ୍ଥିତ ଥିଲେ। ସ୍ବର୍ଗତ ବିଶ୍ୱାଳ କଟକ ପ୍ରତି ଯେଉଁ ଭଳି ଅବଦାନ ରହିଛି ତାହା ଅବିସ୍ମରଣୀୟ ହୋଇ ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସେ ଉପ ମୁଖ୍ୟମନ୍ତ୍ରୀ ଥିବା ସମୟରେ କାଠଯୋଡ଼ି ରିଂ ବନ୍ଧ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ସମେତ ବହୁ ସ୍ଥାନରେ ଆଜି ଯାଏଁ ସ୍ମାରକୀ ରହିଛି। ତାଙ୍କ ରାଜନୈତିକ ଜୀବନ ଏବଂ କର୍ମ ସ୍ଥାନ କଟକ ଠାରୁ ହିଁ ଆରମ୍ଭ ହୋଇଥିବା ବେଳେ ଆଜିର ଯୁବପିଢ଼ି ତାଙ୍କୁ ଅନୁସରଣ କରିବା ଉଚିତ। ତେଣୁ ଏଭଳି ବରପୁତ୍ର ରାଜ୍ୟ ପାଇଁ ଏକ ମାଇଲଖୁଣ୍ଟହୋଇ ରହିବ ବୋଲି ଅତିଥି ମାନେ କହିଥିଲେ। ବିଳମ୍ବରେ ହେଲେ ମଧ୍ୟ କଟକ ମହାନଗର ନିଗମ ସ୍ବର୍ଗତ ବିଶ୍ୱାଳଙ୍କ ସମ୍ମାନ ଜଣାଇଛି। ଦୟା ଆଶ୍ରମ ଠାରେ ଥିବା ପ୍ରତିମୂର୍ତ୍ତି କିଭଳି ନିୟମିତ ସଫା କରାଯିବ ସେ ଦିଗରେ KMC ବିଶେଷ ଗୁରୁତ୍ୱ ଦେବ ବୋଲି ମେୟର ସୁବାଷ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *