Spread the love

୨୭ଟିକିଆ ହାତୀପଲଙ୍କ ମଧ୍ୟରେ ଆହତ ଦନ୍ତା, ଏକାକରି ଛାଡ଼ି ଚାଲିଗଲେ ସାଥୀ ହାତୀ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଏବେ ୨୭ ଟିକିଆ ହାତୀପଲ ଦୀର୍ଘଦିନ ଧରି ଡେରା ପକାଇ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏମିତିକି ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି । ବନବିଭାଗ ଏଥିପ୍ରତି ନଜର ରଖିଥିବା ବେଳେ ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏକ ସପ୍ତାହ ପୂର୍ବରୁ କାଞ୍ଜିଆଶୁଳା ଜଙ୍ଗଲରେ ଏକ ଦନ୍ତା ହାତୀର ଗୋଡ଼ରେ କୌଣସି କାରଣ ବଶତଃ ଆଘାତ ଲାଗିଥିଲା । ହାତୀଟି ସଠିକ୍ ଭାବେ ଚାଲି ପାରୁନଥିଲା । ସେତେବେଳେ ଏକ ଡାକ୍ତରୀ ଦଳ କାଞ୍ଜିଆଶୁଳା ଜଙ୍ଗଲରେ ପହଞ୍ଚି ହାତୀଟିକୁ ଟ୍ରାଙ୍କୁଲାଇଜ କରି ହାତୀ ର ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦନ୍ତା ହାତୀଟି ହାତୀ ପଲ ସହିତ ଥିବାରୁ ତାକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ହୋଇ ପାରିନଥିଲା । ଖବର ମୁତାବକ ହାତୀଟିର ଗୋଡ଼ରେ ଆଘାତ ଲାଗିବା ସହିତ ଗୋଟିଏ ଆଖିରେ ମଧ୍ୟ ଆଘାତ ଲାଗିଛି । ଆଖିଟି ଫୁଲି ରହିଥିବା ଦେଖାଯାଇଛି ଯାହା ଫଳରେ ହାତୀଟି ଠିକ୍ ଭାବରେ ଦେଖି ପାରୁନଥିବା ପରିଲକ୍ଷିତ ହୋଇଛି । ଦୁଇଦିନ ହେବ ୨୭ ଟିକିଆ ହାତୀପଲ ଏହି ଆହତ ହାତୀଟିକୁ ମଙ୍ଗଳପୁର ୟୁକାଲିପଟାସ ଜଙ୍ଗଲରେ ଛାଡି ପଳାଇ ଥିବା ନେଇ ସୂଚନା। ହାତୀଟି ଏକାକି ମଙ୍ଗଳପୁର ଜଙ୍ଗଲରେ ପଡ଼ି ରହିଛି । ଘଟଣା ସମ୍ପର୍କରେ ଚମ୍ପୁଆ ବନପାଳ ଙ୍କୁ ଫୋନ୍ ଯୋଗେ ଅବଗତ କରିବା ପରେ ସେ କହିଥିଲେ ଆମେ ଡ୍ରୋନ ସାହାଯ୍ୟରେ ହାତୀକୁ ନିରିକ୍ଷଣ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତାର ଚିକିତ୍ସା କରିଯିବ ବୋଲି ସୂଚନା ଦେଇଛନ୍ତି । ତେବେ ବିଳମ୍ବ ହେଲେ ହାତୀଟି ପ୍ରତି ବିପଦ ସୃଷ୍ଟି ହେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।ତେବେ ଦେଖବାକୁ ବାକି ରହିଲା ଆଗାମୀ ସମୟରେ ବନବିଭାଗ କି ପ୍ରକାରର ପଦକ୍ଷେପ ଗ୍ରହଣ କରି ହାତୀଟିର ସ୍ବାସ୍ଥ୍ୟପ୍ରତି କି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଛି ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *