Spread the love

୨୯ ଜଣ ଓଏଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୂବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ପଦୋନ୍ନତି ଦେଇଛନ୍ତି। ଏକକାଳୀନ ୨୯ ଜଣ ଓଏଏସ୍ ଅଧିକାରୀଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ହୋଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ସନ୍ତୋଷ କୁମାର ନାୟକଙ୍କୁ ପଦୋନ୍ନତି ପରେ ମାର୍କଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ‘ଓଡ଼ିଶା ଲୋକସେବା ଆୟୋଗର ପରାମର୍ଶ ଅନୁଯାୟୀ ଚୟନ ତାଲିକା ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ, ନିମ୍ନଲିଖିତ ସୁପିରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ ଅଧିକାରୀମାନଙ୍କୁ ଅନ୍ୟମାନଙ୍କ ଦାବି ପ୍ରତି କୌଣସି ପ୍ରଭାବ ନପକାଇ ଏକ ବର୍ଷରୁ ଅଧିକ ସମୟ ପାଇଁ କିମ୍ବା OPSC ର ସୁପାରିଶ ପାଇବା ପର୍ଯ୍ୟନ୍ତ କିମ୍ବା ସେମାନଙ୍କର ଅବସର ଗ୍ରହଣ ପର୍ଯ୍ୟନ୍ତ, ଯାହା ପୂର୍ବରୁ ହୁଏ, ଅସ୍ଥାୟୀ ଭାବରେ OAS (ସ୍ୱତନ୍ତ୍ର ସଚିବ) ପଦବୀକୁ ପଦୋନ୍ନତି ଦିଆଯାଉଛି।’ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ପଦୋନ୍ନତି ପରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଏହାବାଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, କାହ୍ନୁଚରଣ ଧୀର, ହରିଶ ଚନ୍ଦ୍ର ନାୟକ, ଅମ୍ବର କୁମାର କର, ବବିତା ମହାନ୍ତି, ପ୍ରଶାନ୍ତ କିଶୋର ମହାପାତ୍ର, ଶିବୋ ନାରାୟଣ ସାହୁ, ଅନୁଜ କୁମାର ଦାସ ପଟ୍ଟନାୟକ,ଏସ୍‌ କେ. ଜମିରୁଦ୍ଦିନ, ସୁରେନ୍ଦ୍ର କୁମାର ପଣ୍ଡା, ରାଜଶ୍ରୀ ସିଂହ, ଶୁଭ୍ରା ମହାନ୍ତି, ମନୋଜ କୁମାର ପାଢ଼ୀ, ସଂଘମିତ୍ରା ଶତପଥୀ, ବଳରାମ ମଲ୍ଲିକ, ହିମାଂଶୁ ଶେଖର ବେହେରା, ଲକ୍ଷ୍ମୀକାନ୍ତ ସେଠୀ, ଅକ୍ଷୟ କୁମାର ମଲ୍ଲିକ, ଦେବଦତ୍ତ ସୁରଞ୍ଜିତା ଜେନା, ଉଷାରାଣୀ ଦାସ, ଅଗସ୍ତୀ ପ୍ରଧାନ, ବୀରସେନ ପ୍ରଧାନ, ମିର୍ଦ୍ଧା ଟପୋ, ଘାସିରାମ ମୁର୍ମୁ, ସୁଧାକର ଶବରୋ, ଅସିତ କୁମାର ପଣ୍ଡା ଓ ସୁକାନ୍ତ କୁମାର ବେହେରାଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପରେ ପୁନଃ ଅବସ୍ଥାପିତ କରାଯାଇଛି।ପର୍ଯ୍ୟଟନ ବିଭାଗ ଯୁଗ୍ମସଚିବ ରୁଦ୍ରନାରାୟଣ ଦାସ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲୀପ କୁମାର ମହାପାତ୍ର ଏବଂ ସିଡ଼ିଏ ସଚିବ ଡ. ଶ୍ୱେତ କୁମାର ଦାଶ ପ୍ରମୁଖ ରହିଛନ୍ତି।

Leave a Reply

Your email address will not be published. Required fields are marked *