ନୁଆଦିଲ୍ଲୀ: ରାଜସ୍ଥାନ ଭରତପୁରରେ ୩,୧୦୦ କୋଟି ଟଙ୍କାର ଏକ ଠକେଇର ପର୍ଦ୍ଦାଫାସ କରି ପୋଲିସ ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଛି। ପୋଲିସ ଅଧୀକ୍ଷକ ପଙ୍କଜ ଯାଦବ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତଙ୍କଠାରୁ ୪୦ ଲକ୍ଷ ଟଙ୍କା ନଗଦ, ସୁନା ଅଳଙ୍କାର, ପାଞ୍ଚଟି ଲଗଜରୀ କାର ଏବଂ ୪୦ ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସି ଜବତ କରିଛି।
ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନେ ତିନି ବର୍ଷ ମଧ୍ୟରେ ୩୦୦,୦୦୦ ରୁ ଅଧିକ ଲୋକଙ୍କୁ ଠକିଛନ୍ତି। ଅଭିଯୁକ୍ତମାନେ ୨୦୨୨ ଶେଷ ଭାଗରେ ଜୟପୁରରେ XPO ନାମକ ଏକ ନିବେଶ କମ୍ପାନୀ ଖୋଲିଥିଲେ। ଏହା ମାଧ୍ୟମରେ ସେମାନେ ଛୋଟ ନିବେଶ ସହିତ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିଥିଲେ।
