Spread the love

ଅଦ୍ୟ ଇରାଂଜି ତା-୩୧ -0୯-୨0୨୫ ରିଖ ରବିବାର ଭାଦ୍ର ଶୁକ୍ଲପକ୍ଷ ପବିତ୍ର ରାଧାଷ୍ଟମୀ ତିଥିରେ ଦିବା ୧0ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମର ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନ, କଙ୍କା ଆନୁକୂଲ୍ୟରେ ୩୩ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥିରେ ମୁର୍ଣ୍ଣୟୀ ମୂର୍ତ୍ତି ନିର୍ମାଣର୍ଥେ ଗ୍ରାମ ନିକଟସ୍ଥ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଭୈରବୀ ପୀଠରୁ ପାରମ୍ପରିକ ବୈଦିକ ରୀତିନୀତିରେ ହୋମ ଯଜ୍ଞ ସଂକ୍ରିର୍ତ୍ତନ କରାଯାଇ ମୂର୍ତ୍ତିକା ଅନୁକୂଳ କରାଗଲା l କର୍ତ୍ତା ଜଗନ୍ନାଥ ମହାମାନ ସିଂହ, ମୁଖ୍ୟ ପୁରୋଧା ଅସିତ କୁମାର ମିଶ୍ର, ପୂଜକ ହୃଦାନନ୍ଦ ପତି, ସମେତ ପୂଜା ପ୍ରତିଷ୍ଠାନର ଶରତ ସ୍ତମ୍ଭ, ହରିହର ମହାମାନ ସିଂହ, ବିରଞ୍ଚି ଇନ୍ଦ୍ରଜିତ ସିଂହ, କାର୍ତ୍ତିକ ଇନ୍ଦ୍ରଜିତ ସିଂହ, ମେଘନାଦ ଇନ୍ଦ୍ରଜିତ ସିଂହ, ବିକ୍ରମ ମାନସିଂ, ସୋନୁ ସାହୁ, ବିଜୟ ଇନ୍ଦ୍ରଜିତ ସିଂ, ଅଇଁଠୁ ସାହୁ, ନରେଶ ମହାମାନ ସିଂ, ମହେଶ୍ୱର ଇନ୍ଦ୍ରଜିତ ସିଂ, ସନାତନ ଇନ୍ଦ୍ରଜିତ ସିଂ, ନବକିଶୋର ବଳିୟାର ସିଂ, ରୋହନ ମହାମାନ ସିଂ, ସୂର୍ଯ୍ୟକାନ୍ତ ମହାମାନ ସିଂ, ତନ୍ମୟ ଇନ୍ଦ୍ରଜିତ ସିଂ,ସୁମନ ଓଝା,ରଞ୍ଜନ ମହାମାନ ସିଂ,ଅଂଶୁମାନ ମହାମାନ ସିଂ,ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଓ କଙ୍କା ଗ୍ରାମବାସୀ ବୃନ୍ଦଙ୍କ ମିଳିତ ସହଯୋଗରେ ମାଆଙ୍କ ମାଟି ଅନୁକୂଳ ସୁଚାରୁରୂପେ ସମାପନ ହୋଇଥିଲା l

Leave a Reply

Your email address will not be published. Required fields are marked *