୩୯ ବର୍ଷରେ ପଦାର୍ପଣ କଲା ମା’ ଦରିଆଣୀ କ୍ଲବ ଭୋଟପଡା ର ଗଜଲକ୍ଷ୍ମୀ ପୂଜା
—————————————————
ଭୁବନେଶ୍ୱର ୨୬/୧୦ ଭୁବନେଶ୍ୱର ମହାନଗର ନିଗମ ୧୦ନଂ ୱାର୍ଡ ଭୋଟପଡା ଗ୍ରାମ ମା’ ଦରିଆଣି କ୍ଲବର ଗଜଲକ୍ଷ୍ମୀ ପୂଜା ୩୯ ବର୍ଷରେ ପଦାର୍ପଣ କରିଛି। ପ୍ରଭୁ ମଞ୍ଚନାଥ ଦେବଙ୍କ ମନ୍ଦିର ସମ୍ମୁଖ କୁଆଖାଇ ନଦୀରୁ ପବିତ୍ର ଜଳ କଳସ ଆବାହନ କରି ଆଣିବା ପରେ ଘଟ ସ୍ଥାପନ ହୋଇଥିଲା। ପଣ୍ଡିତ ଦେବୀ ପ୍ରସାଦ ପାଟି, ସରୋଜ ନନ୍ଦ, ଏବଂ ବିଭୁତି ଭୂଷଣ ମିଶ୍ର ପରମ୍ପରା ଅନୁଯାୟୀ ସମସ୍ତ ନୀତି ସଂପନ୍ନ କରିଥିଲେ। ହୋମରେ କର୍ତ୍ତା ଭାବେ କେଳୁ ଚରଣ ନାୟକ ଏବଂ ତାଙ୍କ ପତ୍ନୀ କୁନି ନାୟକ ବସିଥିଲେ। ଆକର୍ଷଣୀୟ ତୋରଣ ସାଙ୍ଗକୁ ଝଲମଲ ଆଲୋକ ମାଳାରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୁର୍ତ୍ତି ଝଲସୁଛନ୍ତି। ହୋମ ଯଜ୍ଞ ସାଙ୍ଗକୁ ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳିରେ ପୀଠ କମ୍ପୁ ଥିବାବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଖପାଖରୁ ବହୁ ଶ୍ରଦ୍ଧାଳୁ ଆସି ମାଆଙ୍କ ଦର୍ଶନ କରୁଛନ୍ତି।ଆଜି ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ମାଆଙ୍କ ଦର୍ଶନ କରିଥିଲେ । ୭ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି କ୍ଲବର ସଭାପତି ଶ୍ରୀଯୁକ୍ତ ଦାଶରଥି ନାୟକ ଏବଂ ସମ୍ପାଦକ ଦିଲ୍ଲୀପ ନାୟକ ସୂଚନା ଦେଇଛନ୍ତି।
