Spread the love

ଭୂବନେଶ୍ୱର, ୨୯/୧୧ : କାରରୁ ୪୨ କେଜି ବେଆଇନ ଗଞ୍ଜେଇ ଜବତ । ୟୁପି ରାଜ୍ୟ ମଥୁରା ଜିଲ୍ଲାର ନିତିନ କୁମାର ଓ ବିନୋଦ କୁମାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ପୋଲିସ। ତାଙ୍କ ଠାରୁ ୨ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ତେବେ ଏହି ଗଞ୍ଜେଇ ସମ୍ବଲପୁର ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଅଇଁଠାପାଲି ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ଛକରୁ ଜବତ କରାଯାଇଛି।

ତେବେ ଗିରଫ ଅଭିଯୁକ୍ତ ମାନେ ବୋୖଦ୍ଧ ଜିଲ୍ଲାରୁ ମାରୁତି କାରରେ ଏହି ଗଞ୍ଜେଇକୁ ବେଆଇନ ଭାବରେ ଚୋରାଚାଳାଣ କରି ୟୁପି ରାଜ୍ୟ ମଥୁରା ଜିଲ୍ଲାକୁ ନେଉଥିବା ବେଳେ ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୁଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *