Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ପାଇଁ ରାସ୍ତା ରୋକ୍
ଜେ. ବି. ଏନ୍ (୨୦ /୦୨/୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ଵର୍ ଜାତୀୟ ରାଜପଥ ର ନିର୍ମାଣ କାର୍ଯ୍ୟ ପାଇଁ ଢେଙ୍କାନାଳ ବାଇ ପାସ ଠାରେ ଅଞ୍ଚଳ ବାସୀଙ୍କ ଦ୍ଵାରା ରାସ୍ତା ରୋକ୍ କରାଯାଇଥିଲା। ସୂଚନା ମୁତାବକ କଣ୍ଟାନାଲି ବାଇ ପାସ ନିକଟରେ ସ୍ତାନୀୟ ଅଞ୍ଚଳ ବାସୀ ରାସ୍ତାର ଉତ୍ତମ କାର୍ଯ୍ୟ ନହେବା ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳ ବାସି ଏକ ଘଣ୍ଟା ରାସ୍ତା ରୋକ୍ କରିଥିଲେ।
ଏହି ରାସ୍ତା ରୋକ୍ କରିବା ଦ୍ୱାରା ଉଭୟ ପାର୍ଶ୍ୱରେ ଶହ ଶହ ଭାରି ଯାନ ଅଟକି ରହିଥିଲା। ଘଟଣା ସ୍ଥଳରେ ଢେଙ୍କାନାଳ ଟାଉନ୍ ଥାନା ଅଧିକାରୀ ଆସି ଲୋକଙ୍କୁ ବୁଝା ଶୁଝା କରିଥିଲେ। ଓ ଆସନ୍ତା ସୋମବାର ଠାରୁ ଏହି ଅଞ୍ଚଳରେ ଉତ୍ତମ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଆସୋଶ୍ଵାସନା ଦେବା ପରେ ଅଞ୍ଚଳ ବାସୀ ରାସ୍ତା ଉପରୁ ଉଠିଥିଲେ। ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ଅଭିଯୋଗ ନୂତନ ଭାବେ କାର୍ଯ୍ୟ ହେଉଥିବା ସ୍ଥାନ ରେ ପାଣି ପଡୁ ନ ଥିବାରୁ ଅଞ୍ଚଳରେ ଧୂଳି ବାଲି ଉଡି ଅଞ୍ଚଳ ପ୍ରଦୂଷଣ ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଥି ପ୍ରତି ପ୍ରଶାସନ ଧ୍ୟାନ ନ୍ ଦେବା ଅଞ୍ଚଳ ବାସୀ ନିନ୍ଦାର ବିଷୟ ବୋଲି ଅଭିଯୋଗ କରିଛନ୍ତି।
Post Views: 1
Post navigation