Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

୯ତମ ମା ମଙ୍ଗଳା ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୂଆହତା

 

(ଜେ ବି ଏନ /ସୁଶାନ୍ତ କୁମାର) ୧୭/୦୩ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ନୂଆହତା ପଞ୍ଚାୟତ ରେ ୯ତମ ଟେନିସ କ୍ରିକେଟ ଖେଳ ଉଦଯାପିତ ହୋଇଯାଇଛି।

ଏହି ଟୁର୍ଣ୍ଣାମେଣ୍ଟ ତା ୦୧/୦୩/୨୦୨୧ ରୁ ୧୭/୦୩/୨୦୨୧ ରିଖ ପର୍ଯ୍ୟନ୍ତ ୧୬ ଦଳ ମଧ୍ୟରେ ଚାଲିଥିଲା। ଅନ୍ତିମ ଫାଇନାଲ ମ୍ୟାଚରେ କଲମଛୁଇଁ ଏକାଦଶ ଓ ଗୋତମରା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୋତମରା ଦଳ ଟଚ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। କଲମଛୁଇଁ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୬ ୱିକେଟ ହରାଇ ୧୮୪ କରିଥିଲେ ଏହାର ପିଛା କରି ଗୋତମରା ଦଳ ୧୫ ଓଭର ରେ ସମସ୍ତ ୱିକେଟ୍ ହରାଇ ୧୧୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ବିଜେଡି ଯୁବ ନେତା ଅରୁନାଭ ସିଂହ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ନୂଆହତା ପଞ୍ଚାୟତ ର ସରପଞ୍ଚ ସଚିଦାନଁଦ ବେହେରା, ସମିତି ସଭ୍ୟ ଶିବରାମ ମାଝୀ, ନାଲକୋ ପେରୀଫେରି ଟ୍ରକ୍ ମାଲିକ ସଂଘ ସଭାପତି ସୁବାଷ୍ ଚନ୍ଦ୍ର ପଟ୍ଟନାଏକ ଯୋଗଦେଇଥିଲେ। ଯୁବନେତା ଅରୁନାଭ ସିଂହ ଚାମ୍ପିୟନଶିପ ଟ୍ରଫି ପ୍ରଦାନ କରିଥିଲେ, ରନର୍ସଅପ୍ ଦଳକୁ ସରପଞ୍ଚ, ସମିତି ସଭ୍ୟ ମେନଅଫ୍ ଦି ମ୍ୟାଚ୍, ସୁବାଷ୍ ଚନ୍ଦ୍ର ପଟ୍ଟନାଏକ ମେନଅଫ୍ ଦି ସିରିଜ୍ ପ୍ରଦାନ କରିବା ସହ ନିଜନିଜର ବକ୍ତବ୍ୟ ପ୍ରଦାନ। ପପୁ, ଚନ୍ଦନ, ଜଗା, ସୁଜିତ୍, ନାଥ, ରାହୁଲ, ସନ୍ତୋଷ, ସୋମନାଥ, ସୁଶାନ୍ତ, ଇଂଦ୍ର, ସୁମନ୍ତ, ସୁନୀଲ, ଦୀପକ, ପ୍ରଶାନ୍ତ ଙ୍କ ଦ୍ଵାରା ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।