Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

୯ ମାସ ପରେ ବିଦ୍ୟାଳୟ ଖୋଲିବା ନେଇ
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରି

(ଜେ ବି ଏନ /ସୁଶାନ୍ତ କୁମାର)  ୦୮/୦୧/୨୦୨୧ ଅନୁଗୋଳ : ୯ମାସ ପରେ ବିଦ୍ୟାଳୟ ଖୋଲିବା ଦ୍ବାରା ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଖୁସି ପ୍ରକଟ କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢ଼ାପଙ୍କ ଗ୍ରାମପଞ୍ଚାୟତ ର ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଦୀର୍ଘ ୯ମାସ ପରେ ବିଦ୍ୟାଳୟ ଖୋଲିବା ଦ୍ବାରା ଖୁସି ପ୍ରକଟ କରିଛନ୍ତି।

ଆଉ ଆଜି ବିଦ୍ୟାଳୟ ଖୋଲିବା ପ୍ରଥମ ଦିନରେ ୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ମାକ୍ସ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରି ଶ୍ରେଣୀ ଗୃହରେ ବସିଥିବା ଦେଖିବାକୁ ମିଳିଥିଲା।ସରକାରଙ୍କ କୋଭିଡ୍-୧୯ କଟକଣା ନିୟମକୁ ମାନି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯିବା ସହ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ କିପରି ସବୁଦିନ ଉପସ୍ଥିତ ରହିବେ ତାହାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ଗଡ଼ ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶୁବାଷ ଚନ୍ଦ୍ର ପରିଜା କହିଛନ୍ତି ।