ବଅଁରପାଳ ରେ ବେଆଇନ ବାଣ ଚାଲାଣ ପଣ୍ଡ: କାର୍ ସହ ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଗିରଫ
ବଅଁରପାଳ (ଅନୁଗୋଳ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବନ୍ତରପାଳ ଥାନା ଆଇଆଇସି (IIC) ଅୟେଶ କାନ୍ତ ଜେନାଙ୍କ ନେତୃତ୍ୱରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ବାଣ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ପ୍ରାପ୍ତ ସୂଚନାନୁଯାୟ
ପ୍ରାପ୍ତ ସୂଚନାନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ବେଳେ ବାଣ ବୋଝେଇ ହୋଇ ଚାଲାଣ ହେଉଥିବା ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟାର (Maruti Suzuki Dzire) କାର୍ (ନଂ OD 02 AC 2662) କୁ ପୋଲିସ ଜବତ କରିଛି। କାର୍ ଭିତରୁ ବିପୁଳ ପରିମାଣର ବିଭିନ୍ନ କିସମର ଫୁଟୁକା, ତାଳଫୋଟକା ଏବଂ ଆତସବାଜି ସାମଗ୍ରୀ ଉଦ୍ଧାର କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଏହି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି। ବିନା ବୈଧ ଅନୁମତିପତ୍ର କିମ୍ବା ସୁରକ୍ଷା ବ୍ୟବସ୍ଥାରେ ଏହି ବିସ୍ଫୋରକ ସାମଗ୍ରୀ କେଉଁଠାରୁ ଅଣାଯାଇ କେଉଁଠିକୁ ଚାଲାଣ କରାଯାଉଥିଲା, ସେ ନେଇ ଆଇଆଇସି ଅୟେଶ କାନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ଅଧିକ ତଦନ୍ତ ଜାରି ରହିଛି। ଅଞ୍ଚଳରେ ବେଆଇନ ବାଣ କାରବାର ବିରୋଧରେ ଏଭଳି କଡ଼ା ପଦକ୍ଷେପ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
