### କଲେଜ କ୍ୟାମ୍ପସରେ ବିଟେକ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
#### ଅସୁସ୍ଥ ହେବା ପରେ ଘରୋଇ ହସ୍ପିଟାଲରେ ମୃତ ଘୋଷଣା, ଜରକା ଅଞ୍ଚଳର ଛାତ୍ର
**କଟକ, ୧୪/୧୧:** କଟକ ସିଡିଏସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ପରିସରରେ ଜଣେ ବିଟେକ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସୁସ୍ଥ ହୋଇପଡ଼ିବା ପରେ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଛାତ୍ର ଜଣକ ଦ୍ୱିତୀୟ ବର୍ଷର ବିଟେକ୍ ଛାତ୍ର ଏବଂ କଟକ ଜିଲ୍ଲାର ଜରକା ଅଞ୍ଚଳର ବୋଲି ଜଣାପଡ଼ିଛି।
କଲେଜ ପରିସରରେ ଛାତ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାହାକୁ ନେଇ ସନ୍ଦେହ ଉପୁଜିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
