ମହାସମାରୋହରେ ଦ୍ଵିତୀୟ ବୋଇତ ବନ୍ଦାଣ ଉତ୍ସବ ପାଳନ

ଯାଜପୁର —-ଯାଜପୁର ( ଜାଗ୍ରତ ଭାରତ ନିୟୁଜ )୨୫/୧୧: ଗିରି ବନ୍ଧ ଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦ୍ଵିତୀୟ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମାଜସେବୀ ଶରତ କୁମାର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ପଦ୍ମଲୋଚନ ରାଉତ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପ୍ରଧାନଶିକ୍ଷୟିତ୍ରୀ ତଥା କବୟିତ୍ରୀ ରଶ୍ମିତା ସେନାପତି। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଧାନଶିକ୍ଷୟିତ୍ରୀ ସବିତାରାଣୀ ରାଉତ ପ୍ରମୁଖ ଯୋଗଦେଇ ଆଗରୁ କିଭଳି ଭାବେ ସାଧବ ପୁଅ ମାନେ ବେପାର ବଣିଜ କରିବା ପାଇଁ ଜାଭା, ସୁମାତ୍ରା ଯାଉଥିଲେ ସେ ବିଷୟରେ ସେମାନଙ୍କ ବକ୍ତବ୍ୟ ରେ ମତପ୍ରକାଶ କରିଥିଲେ। ଏବଂ ଏ ପରମ୍ପରା ହଜିଯାଇଥିବା ବେଳେ ଗିରି ବନ୍ଧ ଗ୍ରାମବାସୀ ମାନେ କିଭଳି ଭାବେ ଏହାକୁ ପୁନରାବୃତ୍ତି କରି ସୁଚାରୁରୂପେ ସମ୍ପାଦନା କରୁଛନ୍ତି ସେ ବିଷୟରେ ଅତିଥି ମାନେ ମତପ୍ରକାଶ କରିଥିଲେ।ତେଣୁ ସମସ୍ତ କାର୍ଯ୍ୟକ୍ରମ କୁ ବିଶିଷ୍ଟ ସମାଜସେବୀ ଉତ୍ତମ କୁମାର ରାଉତ ପରିଚାଳନା ଓ ସଞ୍ଚାଳନ କରିଥିଲେ। ନବକିଶୋର ପାତ୍ର, ରଙ୍କରତ୍ନ ରାଉତ, ମାୟାଧର ରାଉତ, ପ୍ରହଲ୍ଲାଦ ପାତ୍ର, ବଙ୍ଗାଳି ସାମଲ, ଗୟାଧର ପାତ୍ର, ନବକିଶୋର ପାତ୍ର, ପ୍ରହଲ୍ଲାଦ ରାଉତ, ପ୍ରହଲ୍ଲାଦ ସାମଲ, ଦୃର୍ଗାବତୀ ପାତ୍ର, ରଶ୍ମିତା ସେନାପତି,ସବିତାରାଣି ରାଉତ ଏବଂ ଅବସରପ୍ରାପ୍ତ ଏସ ଆଇ ନରହରି ପାତ୍ର,ପ୍ରମଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାବିତ କରୁଣାକର ସାମଲ ମଧ୍ୟ ଉପସ୍ଥିତ ଥିଲେ। ଅତିଥି ମାନଙ୍କ କରକମଳରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋବିନ୍ଦ ଚନ୍ଦ୍ର ରାଉତ ସାଂସ୍କୃତିକ କଳାପରିଷଦ ଗଠନ କରାଯାଇଥିଲା ।

