Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

(ଜେ ବି ଏନ /ସୁବ୍ରତ କୁମାର) ୧୫/୦୧/୨୦୨୧ କଙ୍କଡ଼ାହାଡ଼ : ଆଜି ରାଇବୋଲ ଗ୍ରାମ ପଞ୍ଚାୟତର ହାଇସ୍କୁଲ ଖେଳ ପଡିଆ ଠାରେ ମା ଭୁଆଶୁଣି କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଫାଇନାଲ ମ୍ୟାଚ ରେ ମାର୍ଥାପୁର ଓ ପୋଲିସ ଷ୍ଟେସନ କାଳିଆପାଣି ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ମ୍ୟାଚ ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖ, ବିକାଶ ପ୍ରଗତିର ସାଥି ସମସ୍ତଙ୍କର ଅତି ପ୍ରିୟ ଯୁବନେତା

ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଉଦଘାଟନ କରି କହିଥିଲେ, ଆଜିର ଯୁବପିଢ଼ି ଙ୍କ ମଧ୍ୟରେ କ୍ରିକେଟ ଖେଳ ସମସ୍ତଙ୍କର ମୁଖ୍ୟ ପସନ୍ଦ ହୋଇପାରି ଅଛି, ଏହି ଖେଳ ଦେଖିବା କିମ୍ବା ଖେଳିବା ପାଇଁ ସମସ୍ତଙ୍କ ମନରେ ଉତକୁଣ୍ଠା ଓ କୌତୁହଳ ସୃଷ୍ଟି କରିଥାଏ, ଦୃଢ଼ ମନୋବଳ ଇଛାଶକ୍ତି ଥିଲେ ଆପଣ ମାନେ ମନ୍ଧ୍ୟ କୌଣସି ଭି ଖେଳ ହେଉ ସଫଳତା ନିଚିତ ପାଇବେ, ଆମ କଙ୍କଡାହାଡ଼ ଅଞ୍ଚଳରେ କ୍ରୀଡ଼ାର ଭିତ୍ତିଭୂମି ଅଛି ଏହାକୁ ଆଗକୁ ନୂତନ ଭାବରେ ରୂପାନ୍ତରିତ କରିବା ପାଇଁ ଯୋଜନା ହାତକୁ ନିଆଯାଉ ଅଛି, ଏଣୁ ଆପଣ ମାନଙ୍କ ମନରେ ସବୁବେଳେ ଦୃଢ଼ ମନୋବଳ ଇଛାଶକ୍ତି ରହିବା ଆବଶ୍ୟକ ବୋଲି କହିଥିଲେ, ଓ ରାଇବୋଲରେ ଆପଣ ମାନଙ୍କର ଭଲ ପାଇବା ସ୍ନେହ ଶ୍ରଦ୍ଧା ଆଶ୍ରିବାଦ ମୁଁ କେବେ ଭୁଲି ପାରିବି ନାହିଁ, ଏଣୁ ଆପଣ ମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ କହି ବକ୍ତବ୍ୟ ଶେଷ କରିଥିଲେ, ଆଜିର ମ୍ୟାଚରେ କାଳିଆପାଣି ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୦୮ ଉଇକେଟ ହରାଇ ୧୧୫ ରନ୍ କରିଥିବା ବେଳେ ମାର୍ଥାପୁର ୧୩ ଓଭର ରେ ସମସ୍ତ ୱିକେଟ୍ ହରାଇ ୬୪ ରନ୍ କରି ପରାଜୟ ବରଣ କରିଥିଲା । ଉଭୟ ଦଳ କୁ ମୁଖ୍ୟ ଅତିଥି ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମ୍ନ।ନିତ ଅତିଥି କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ମିଶ୍ର, ସରପଞ୍ଚ ରାଜେନ୍ଦ୍ର ସ୍ୱାଇଁ, ବିଜେଡି ଯୁବ ଓ ଛାତ୍ର ଉପସଭାପତି ସୁଧାଂଶୁ ମିଶ୍ର, ଶାନ୍ତନୁ ସାହୁ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ