Spread the love

ଶତାଧିକ ମହିଳାମାନଙ୍କୁ ଲୋନ କରାଇଦେବା ନାମରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ରେ ମହିଳା ଥାନାରେ ଅଟକ

ଜଗତସିଂହପୁର ତା =31/10/24 ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଦେଉଳିଗ୍ରାମେଶ୍ବର ଅଞ୍ଚଳରେ ବାଲିକୁଦା ବ୍ଲକ ବୋରିକିନା ଗ୍ରାମ ର ଦୁର୍ଗା ଚରଣ ବାରିକ ଙ୍କ ସ୍ତ୍ରୀ ପ୍ରମିଳା ବାରିକ ସହ ସହ ମହିଳା ମାନଙ୍କୁ ଲୋନ କରାଇଦେବା ନାମରେ ମିଥ୍ୟା ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା ଲୁଟି ନେବା ଘଟଣାକୁ କେନ୍ଦ୍ର କରି ଉତେଜନା ଦେଖାଦେଇଛି | ଉତେକ୍ତ ଲୋକେ ପ୍ରମିଳା ରହୁଥିବା ଦେଉଳିଗ୍ରାମେଶ୍ବର ଭଡା ଘରକୁ ଘେରାଉ କରିଛନ୍ତି |ଏ ସମ୍ପର୍କ ରେ ସଦର ପୋଲିସ ଅଭିଯୋଗ ପାଇ ପ୍ରମିଳା ଙ୍କୁ ଥାନାରେ ଅଟକ ରଖି ଘଟଣାର ଅନୁସନ୍ଧାନ ଚଳାଇଛି | ଖବର ନେବାରେ ଜଣାଯାଇଛି ପ୍ରମିଳା ପୂର୍ବରୁ ଜ଼ିଲ୍ଲା ସଦର ମହକୁମାରେ ଭଡା ଘରେ ରହି ବିଭିନ୍ନ ବ୍ୟାଙ୍କ ରେ ଦଲାଲି କରୁଥିଲେ | ତାହା ର ପରବର୍ତ୍ତୀ ସମୟରେ ମହିଳା ମାନଙ୍କ ସରଳତାର ସୁଯୋଗ ନେଇ ବିନା ମାଡ଼ଗେଜ ରେ ପଚିଶି ହଜାର ଟଙ୍କା ଡିପୋଜିଟ କଲେ ଏକ ମାସ ପରେ ପାଞ୍ଚ ଲକ୍ଷ୍ୟ ଟଙ୍କା ଲୋନ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇ କ୍ରମାଗତ ଭାବେ ମହିଳା ଙ୍କୁ ଠକି ଚାଲିଥିଲେ |ହେଲେ ବର୍ଷ ବର୍ଷ ପରେ ମହିଳା ମାନେ ଲୋନ ର ସୁବିଧା ସୁଯୋଗ ନ ପାଇବାରୁ ପରିବାରରେ ଅସନ୍ତୋଷ ଦେଖାଦେଇଥିଲା | ମହିଳା ମାନେ ଶେଷରେ ପ୍ରମିଳା ଙ୍କୁ ଟଙ୍କା ଫେରାଇଦେବାକୁ କହିଥିଲେ |ପ୍ରମିଳା ସେମାନଙ୍କୁ ଟଙ୍କା ନ ଫେରାଇ ନାଲିଆଖି ଦେଖାଇ ଗାଳି ଗୁଲଜ କରିଥିଲେ | ଏଥିରେ ଅସନ୍ତୋଷ ପ୍ରକାଶ କରି ସହ ସହ ମହିଳା ପ୍ରମିଳା ରହୁଥିବା ଦେଉଳି ଗ୍ରାମେଶ୍ବର ଭଡା ଘର ସମ୍ମୁଖରେ ପାଟିତୁଣ୍ଡ କରିବାରୁ ଉତେଜନା ଦେଖାଦେଇଥିଲା |ପୋଲିସ ଅଭିଯୋଗ ପାଇଁ ଘଟଣା ସ୍ଥଳରେ ପହଂଚି ପ୍ରମିଳା ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *