ଗ୍ଲାମ ଇଣ୍ଡିଆ ୨୦୨୬ରେ ଚମକିଲେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର
ଅନୁଗୋଳ,
ଗ୍ଲାମ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାରେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର ଶତପଥୀ ସଫଳତାର ଶିଖର ଛୁଇଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅନୁଗୋଳର ଅମୁଲ୍ୟ ଶତପଥୀ ଓ ଦୀପିକା ମିଶ୍ରଙ୍କ ପୁତ୍ର ଶ୍ରେୟାଂଶ ଭୁବନେଶ୍ୱରରେ ଆୟୋଜିତ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନିଜ ପ୍ରତିଭାର ପରିଚୟ ଦେଇ ବିଜୟୀ ହୋଇଛନ୍ତି।ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ କେଟି ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ ଟ୍ୟାଲେଣ୍ଟ ରାଉଣ୍ଡ, ଇଣ୍ଟରଭ୍ୟୁ ଓ ଇଣ୍ଟ୍ରୋଡକ୍ସନ ରାଉଣ୍ଡରେ ଶ୍ରେୟାଂଶ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ପରେ ୧୭ ତାରିଖରେ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲରେ ଆୟୋଜିତ ର୍ୟାମ୍ପ ୱାକ୍ ଓ ଫିଟନେସ ରାଉଣ୍ଡରେ ମଧ୍ୟ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ।ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୫୦ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେୟାଂଶ ବିଜୟର ମୁକୁଟ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜ୍ୟୋତିର୍ମୟୀ ମହାପାତ୍ର ଓ ଆହାନା ରାଉତରାୟ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଭବିଷ୍ୟତରେ ଜଣେ ସଫଳ ଅଭିନେତା ହେବା ସହ ନିଜ ମା’ଙ୍କ ସ୍ୱପ୍ନ ପୂରଣ କରିବା ଏବଂ ଅନୁଗୋଳ ଜିଲ୍ଲାର ନାମକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିବା ତାଙ୍କର ଲକ୍ଷ୍ୟ ବୋଲି ଶ୍ରେୟାଂଶ ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅନୁଗୋଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-1-scaled.jpg)


