
ଅନୁଗୋଳ ଜିଲ୍ଲାରୁ ୫୪ ଜଣ କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୧୧୫୧୨ ରେ ପହଞ୍ଚିଲା
ସୁସ୍ଥ ହେଲେ ୨୮ ଜଣ ଆକ୍ରାନ୍ତ ।
(ଜେ ବି ଏନ /ସୁଶିଲ କୁମାର) ୧୭/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ୫୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତ ସଂଖ୍ୟା ୨୦୨ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଳକ ଅଞ୍ଚଳରୁ ୧୭ଜଣ ( ୧୦ଜଣ ପୁରୁଷ ଓ ୭ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧୨ଜଣ ( ୬ଜଣ ପୁରୁଷ ଓ୬ ଜଣ ମହିଳା ) , ବଅଁରପାଳ ବ୍ଳକ ଅଞ୍ଚଳରୁ ୧୦ଜଣ ( ୯ଜଣ ପୁରୁଷ ଓ ୧ଜଣ ମହିଳା ) , ତାଳଚେର ବ୍ଲକ ଅଞ୍ଚଳରୁ ୬ଜଣ ( ୫ ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ ( ୨ଜଣ ପୁରୁଷ ) , କିଶୋରନଗର ବ୍ଲକ ଅଞ୍ଚଳରୁ ୨ଜଣ ( ୨ ଜଣ ପୁରୁଷ ) , ପାଳଲହଡା ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ତାଳଚେର ପୌରାଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି ।

ଆଠମଲ୍ଲିକ ବ୍ଲକ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨୮ ଜଣ । ସମସ୍ତେ ହୋମ ଆଇସୋଲେସନ ରେ ଥିବାର ଜଣାପଡିଛି ।



