ବିଞ୍ଝାରପୁର ସାମ୍ବାଦିକ ସଂଘ ର ବଂଧୁ ମିଳନ ଓ ଓୟୁଜେ ର ନବନିର୍ବାଚିତ କମକତ୍ତା ମାନଙ୍କୁ ସମ୍ବର୍ଦ୍ଧିନା

ଜେ ବି ଏନ, ୧୭/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସାମ୍ବାଦିକ ସଂଘ ର ବଂଧୁ ମିଳନ ଓ ଜିଲ୍ଲା ଓୟୁଜେ ର ନବନିର୍ବାଚିତ କମକତ୍ତା ମାନଙ୍କୁ ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ରବିନ୍ଦ୍ର କୁମାର ପରିଡ଼ାଙ୍କ ସଭାପତି ତ୍ବରେ ଆୟୋଜନ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଂଝାରପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ନନ୍ଦ କିଶୋର ସାମଲ , ବରିଷ୍ଠ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ଆଇନଯିବି ରାଜୀବ ମହାନ୍ତି,ସମରଜିତ ମହାନ୍ତି, ସରପଞ୍ଚ ଦେବାନନ୍ଦ ମଲ୍ଲିକ, ସମିତି ସଭ୍ୟ ସମିର କୁମାର ଜେନା, ଦେବାଶିଷ ବଳ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ଓୟୁଜେ ର ନୂତନ ସଭାପତି ଅଦିତ୍ୟ ମେକାପ, ସାଧାରଣ ସମ୍ପାଦକ ଦେବ ପ୍ରସାଦ ସାହୁ, ବ୍ଲକ ସଂଯୋଜକ ସତ୍ୟ ରଂଜନ ମଲ୍ଲିକଙ୍କୁ ବିଂଝାରପୁର ସାମ୍ବାଦିକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ବିଂଝାରପୁର ର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ପ୍ରମୁଖ ଯୋଗ ଦେଇଥିଲେ।



