ସ୍ବେଛାକୃତ ରକ୍ତଦାନ ଶିବିର ରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ


(ଜେବି ଏନ୍ ) ୧୭.୧୨.୨୦୨୦,(ରିପୋର୍ଟ, ସୁବ୍ରତ କୁମାର ସାମଲ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସ୍ଥିତି ଆଶା ସିନେମା ହଲରେ ଆଜି ସମ୍ବାଦ ଆମ ଓଡ଼ିଶା ଓ ପାଞ୍ଚଗଡ଼ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି।ଏହି ଶିବର ପୂର୍ବତନ ଛାତ୍ର ସଂସଦ ସଭାପତି ଦିବ୍ୟରଞ୍ଜନ ସାମଲ ଓ ଯୁବ ନେତା କିଟୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଆଶା ସିନେମା ହଲର ମାଲିକ ପଙ୍କଜ ସାମଲ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଶିବିର ପରିଚାଳନା ରେ ବଅଁରପାଳ ବ୍ଲକ ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ଆମ ଓଡିଶା

ସଂଯୋଜକ ରାଜେଶ କୁମାର ନାୟକ, ଆଶା ସିନେମା ହଲର ମ୍ୟାନେଜର କେଦାର ଗୌରୀ ଦାସ, ସମ୍ବାଦିକ ପ୍ରିୟବ୍ରତ ସାମଲ, ଚୈତନ୍ୟ ସାହୁ, ରାଜେଶ ପାତ୍ର ସୁବ୍ରତ ସାମଲ ବରିଷ୍ଠ ବିଜେପି ନେତା ପ୍ରକାଶ ସିଂହ,ସୁଶୀଲ କୁମାର ମାଝୀ,ବୀରଞ୍ଚି ନାରାୟଣ ବାରିକ, ସଞ୍ଜୀବ କୁମାର ମାଝୀ,ଓକେସ୍ ଗଡନାୟକ, ସୌରଭ୍ ସାମଲ,ବିକାଶ ସାମଲ,ସୁଶାନ୍ତ ପ୍ରଧାନ, ପ୍ରକାଶ ମହାନ୍ତି ,କୁମୁଦ ସାମଲ,ସିରିଆ ସାମଲ ,ପ୍ରଶାନ୍ତ ସାମଲ, ପ୍ରଭାତ ରଣା ,ରାକେଶ ଅମାନ୍ତ ,ଅନୀଲ ସାମଲ ,ସୁକାନ୍ତ ନାଥ,ରୁନି ମାଝୀ ,ରଜନୀ ମହାରଣା ,ବବଲି ସାମଲ,ପ୍ରିୟବତ ବେହେରା ଓ ଅନ୍ୟମାନେ ଉପସ୍ଥିତ ସକ୍ରିୟ ସହଯୋଗ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।ଡାକ୍ତର ରାଜଶ୍ରୀ ଧଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ,ଏଲ ଟି ସନ୍ତୋଷ କୁମାର ସିଂହ, ଷ୍ଟାଫ ନର୍ସ ମଞ୍ଜୁଲତା ଶତପଥୀ,ରକ୍ତ ସଂଗ୍ରହ କରିଥିଲେ। ନାମ ପଞ୍ଜିକରଣ କାଉଁସିଲର ହରିଶ ଜେନା, କାମାକ୍ଷା ପ୍ରଶାଦ ସାହୁ,ପଦ୍ମନାଭ ପ୍ରଧାନ,ସୁକାନ୍ତ ସାହୁ,ରମେଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l




