ଦିନରେ ତାଲାଭାଙ୍ଗି ଲୁଟ୍ : ପୋଲିସର ପାରିବାପଣିଆ ପ୍ରତି ପ୍ରଶ୍ନ?
ତାଳଚେର, ୧୪/୦୭ – ତାଳଚେର କୋଲିୟରୀ ଥାନା ଠାରୁ ମାତ୍ର ୧କିମି ଦୂରରେ ଦେଉଳବେଡ଼ା କ୍ୱାଟର ନଂ- ଆରଏଲୱାଇ ୧୩ରୁ ଆଜି ସକାଳ ୧୦.୪୦ମି ଠାରୁ ୧୧.୫ ମିନଟ୍ ମଧ୍ୟରେ ଦୃର୍ବୁତମାନେ ଘରର କବାଟଭାଙ୍ଗି ଲୁଟପାଟ୍ କରିବା ଘଟଣା ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହାକୁ ନେଇ କୋଲିୟରୀ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଘଟଣାକରୁ ପ୍ରକାଶ ଆଜି ଦେଉଳବେଡ଼ା ସ୍ଥିତ ଉକ୍ତ କ୍ୱାଟରରେ ରହୁଥିବା ଭୂଳେଶ୍ୱର ବାବୁ କାର୍ଯ୍ୟକୁ ଚାଲିଯାଇଥିବା ତାଙ୍କ ଧର୍ମପତ୍ନୀ ଘରକୁ ତାଲା ପକାଇ ପିଲାଙ୍କୁ ଛାଡ଼ିକୁ ନିକଟସ୍ଥ ବିଦ୍ୟାଳୟକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୃର୍ବୁତମାନେ ମୁଖ୍ୟ ଦ୍ୱାରର କବାଟ ତାଲାଭାଙ୍ଗି ଗଡ଼ରେଜରେ ରଖାଯାଇଥିବା ୪ଟି ସୁନାଚେନ, ୫ଟି ମୁଦି ଓ ୪୦ରୁ ୬୦ହଜାର ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି । ଏସମ୍ପର୍କରେ ଶ୍ରୀ ଭୂଳେଶ୍ୱର ବାବୁ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସେ ଏହା ପ୍ରକାଶ କରିଛନ୍ତି । ତେବେ ଏଡି ଘଟଣାରୁ ସ୍ପଷ୍ଟ ଜଣାପଡ଼େ କି ଯଦି ଦିନବେଳା ଜନଗହଳି ପୂର୍ଣ୍ଣ ସ୍ଥାନରେ ଏପରି ଘଟଣା ଘଟେ ତେବେ ପୋଲିସ୍ର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନସୃଷ୍ଟି ହେବା ସହ ଏଠାରେ ଧନଜୀବନ କେତେ ସୁରକ୍ଷିତ! ଏସମ୍ପର୍କରେ କୋଲିୟରୀ ଥାନାବାବୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲଟିକୁ ଗ୍ରହଣ କରିନଥିଲେ ।



