ଅନୁଗୋଳ ସ୍ୱାଭିମାନ ପରିବାର ତରଫରୁ ଶୀତବସ୍ତ୍ର ପ୍ରଦାନ
ଜେ ବି ଏନ୍,୧୮/୧୨/୨୦୨୦,(ରିପୋର୍ଟ, ମଦନ ସାହୁ), ନାଲକୋ : ଅନୁଗୋଳ ଜିଲ୍ଲା ନାଲକୋ ସାରା ଅନୁଗୋଳ ଜିଲ୍ଲାରେ ଶୀତର ଲହରୀ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନିରାଶ୍ରୟ ଲୋକମାନେ କିପରି ଶୀତ ଦାଉରୁ ରକ୍ଷା ପାଇ ପାରିବେ ହୃଦୟଙ୍ଗମ କରି ଅନୁଗୋଳ ସ୍ୱାଭିମାନ ପରିବାର ର ମୁଖ୍ୟ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ସାହୁ ସଂଗ୍ରାମ କେଶରୀ ଭୁଇଁଆ, ଟୁକୁନା ନାୟକ, ସୋମ୍ୟା ରଞ୍ଜନ ବାରିକ, ମଦନ ସାହୁ ଗୋପବନ୍ଧୁ ନାୟକ, ରଞ୍ଜିତ ବେହେରା, ପ୍ରତାପ ବେହେରା,

ତତ୍ୱାବଧାନରେ କେଦାରଗୌରୀ ଦନ୍ଧାମୂଳକ ତାଲିମ କେନ୍ଦ୍ର ପ୍ରାଙ୍ଗଣରେ ଶୀତବସ୍ତ୍ର ପ୍ରଦାନ କରାଯାଇଛି। କୋଭିଡ଼ ନିୟମ ପାଳନ କରିବା ସହ ଅନୁଷ୍ଠାର ସମସ୍ତ ସ୍ୱାଭିମାନ ପରିବାର ର କାର୍ଯ୍ୟକ୍ରମକୁ ସୁଚାରୁରୁପେ ସମାପନ କରିଥିଲେ ।





