
(ଜେ ବି ଏନ /ସୁବ୍ରତ କୁମାର) ୧୯/୧୨ /୨୦୨୦ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ୨୧ ନମ୍ଵର୍ ଜୋନ ଶିକାରଙ୍କୁ ବନବିଭାଗ ଗିରଫ୍ କରିଛନ୍ତି । ସୂଚନା ମୁତାବକ ଗଁଦିଆ ଥାନା ଅନ୍ତର୍ଗତ କୋଲ୍ହ ଗ୍ରାମ ଶିକାରୀ ମାନେ ହେଲେ ଲକ୍ଷ୍ମୀଧର ମୁର୍ମୁ ( ୩୧ ) ପିତା ଗୋବିନ୍ଦ ମୁର୍ମୁ , ଲକ୍ଷ୍ମଣ ସୋରେନ୍ ( ୨୩ ) ପିତା ସାଲୁଖୋ ସୋରେନ , କାଦୁ କିସ୍କୁ ( ୩୩ ) ପିତା ବଦ୍ଧ କିସ୍କୁ ଗତକାଲି ରାତିରେ ଅଭୟାରଣ୍ୟର ୨୧ ନମ୍ବର କମ୍ପାର୍ଟମେଣ୍ଟକୁ ଶିକାର କରିବା ପାଇଁ ଯାଇଥିଲେ ।ବନବିଭାଗ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସେମାନଙ୍କୁ କାବୁ କରିନେଇଥିଲେ । ଶିକାରୀଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ , ଗୁଳି , ବାରହା ଦାନ୍ତ ୯ଟା , କଇଁଛ ଖୋଳ ୧ଟା , ହରିଣ ସିଙ୍ଗ ୬ଟା , ଧନୁ ୩ଟା , ତୀର ୧୨ଟା , ଚାପଡ ଛୁରି ୧ଟା , ଗୋଟିଏ ଟର୍ଚ୍ଚ ଆଦି ଜବତ କରାଯାଇଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।




