‘ଜୀ ସାର୍ଥକ’ ପରଦାରେ ପ୍ରଥମ ଥର ପାଇଁ ‘ଡଟ୍ପେନ୍’, ଅଗଷ୍ଟ ୯ରେ ଘରେ ବସି ଦେଖନ୍ତୁ ସୁପରହିଟ୍ ଓଡ଼ିଆ ଫିଲ୍ମ
ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଜୀ ସାର୍ଥକ ଟେଲିଭିଜନ ପରଦାରେ ପ୍ରସାରିତ ହେବ ଚର୍ଚ୍ଚିତ ଓ ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍ପେନ୍’। ଆସନ୍ତା ଅଗଷ୍ଟ ୯, ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଦର୍ଶକମାନେ ଏହି ଭାବପ୍ରବଣ ଚଳଚ୍ଚିତ୍ରର ଆନନ୍ଦ ଉଠାଇପାରିବେ।
‘ଡଟ୍ପେନ୍’ କେବଳ ଏକ ପ୍ରେମ କାହାଣୀ ନୁହେଁ, ବରଂ ଭାବନା, ସମ୍ପର୍କ, ବିଶ୍ୱାସ ଓ ପ୍ରତିଶୋଧର ଏକ ଗଭୀର କାହାଣୀ। ଚଳଚ୍ଚିତ୍ରଟିରେ ପ୍ରେମର ମଧୁର ଆରମ୍ଭ କିପରି ସମୟ ସହିତ ଏକ ଭୟଙ୍କର ପ୍ରତିଶୋଧରେ ପରିଣତ ହୁଏ, ତାହାକୁ ରୋମାଞ୍ଚକର ଢଙ୍ଗରେ ଉପସ୍ଥାପନ କରାଯାଇଛି।
ଏହାର ଭାବପୂର୍ଣ୍ଣ କାହାଣୀ, ଶକ୍ତିଶାଳୀ ଅଭିନୟ ଓ ଦମଦାର ଉପସ୍ଥାପନା ପାଇଁ ‘ଡଟ୍ପେନ୍’ ମୁକ୍ତିଲାଭ ସମୟରେ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। ଏବେ ଟେଲିଭିଜନ ପରଦାରେ ପ୍ରଥମ ପ୍ରସାରଣ ମାଧ୍ୟମରେ ପୁଣିଥରେ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବାକୁ ପ୍ରସ୍ତୁତ।
ପ୍ରେମ, ଆବେଗ ଓ ରହସ୍ୟରେ ଭରପୂର ଏହି ଚଳଚ୍ଚିତ୍ର ଦେଖିବାକୁ ଚାହୁଁଥିଲେ, ଅଗଷ୍ଟ ୯ ତାରିଖ ସନ୍ଧ୍ୟା ୬:୩୦ରେ ‘ଜୀ ସାର୍ଥକ’ ସହ ନିଶ୍ଚିତ ଯୋଡ଼ି ରୁହନ୍ତୁ।



