ଧର୍ମଗଡ ଅବକାରୀ ବିଭାଗ ଦ୍ୱାରା ଚୋରା ମଦ ବେପାରୀ ଘରେ ଚଢ଼ାଉ !
ଜେ ବି ଏନ, ୨୦/୧୨/୨୦୨୦, (ରିପୋର୍ଟ, ମହେନ୍ଦ୍ର ଦାସ ଓ ଗୋପବନ୍ଧୁ ସୁନାନୀ ), କଳାହାଣ୍ଡି -କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ଥାନା ବୈଜଲପୁର ଗ୍ରାମର ଠାକୁର ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନରୁ ବେଆଇନ ଭାବେ ବିଦେଶୀ, ଦେଶୀ ମଦ କାରବାର ରେ ଲିପ୍ତ ରହି ଲୋକଙ୍କୁ ବେଖାତିର ଭାବେ ବ୍ୟବସାୟ କରି ଆସୁଥିଲେ ! କୌଣସି ସୂତ୍ରରୁ ଖବର ପାଇ ଧର୍ମଗଡ ଅବକାରୀ ବିଭାଗ ଅଚାନକ ଚଢ଼ାଉକରି ଠାକୁର ସାହୁ ଙ୍କ ଘରୁ ବିଦେଶୀ ମଦ ଆଠ ଲିଟର

ଆଠ ଶହ କୋଡିଏ ମିଲି ଲିଟର, ଓ ବିୟର ବୋତଲ ଉଣେଇଶି ଲିଟର ପାଞ୍ଚ ଶହ ପଚାଶ ମିଳି ଲିଟର ଜବତ କରାଯିବା ସହିତ ଗୋଟିଏ ସେମସଙ୍ଗ ର ଫିରିଜ ଜବତ କରାଯାଇଛି ! ଏସବୁ ସାମଗ୍ରୀ ଏକ ଭଗ୍ନ ଅବସ୍ଥା ରେ ଥିବା ଏକ ଘରୁ ଜବତ କରା ଯାଇଥିଲା ! ଏହି ଚଢ଼ାଉ ରେ ଧର୍ମଗଡ ଅବକାରୀ ଅଧକ୍ଷକ ଡମ୍ବରୁ ଧର ଖଣ୍ଡା ଙ୍କ ନିର୍ଦେଶ କ୍ରମେ ଧର୍ମଗଡ ଏସ ଡି ପି ଓ ସତ୍ୟ ନାରାୟଣ ଦାସ, ଅବକାରୀ ଥାନା ଅଧିକାରୀ ଶ୍ରୀ ବସନ୍ତ ବିଶି ଧର୍ମଗଡ, ଅରୁଣ ଧଙ୍ଗଡାମାଝୀ, ଓ ପ୍ରତିମା ଗହୀର ସାମିଲ ଥିବା ଜଣା ଯାଇଛି l

