ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଇଂଲଣ୍ଡରୁ ସମସ୍ତ ବିମାନ ଯାତାୟାତ ବାତିଲ କଲା ଭାରତ

ନୂତନ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନିଷ୍ପତ୍ତି
22 ରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ସମସ୍ତ ବିମାନଯାତ୍ରା ବାତିଲ
ଚାଲୁଥିବା ସମସ୍ତ ବିମାନଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ
ଜେ ବି ଏନ, ୨୧/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଇଂଲଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀବାହି ବିମାନ ଆସନ୍ତାକାଲି (22.12.2020)ଠାରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବାତିଲ କରାଯାଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଜଣାଇଛନ୍ତି । କେତେକ ଦେଶରେ କରୋନା ସଂକ୍ରମଣ ଅଧିକ ଦେଖାଦେବା ପରିପ୍ରେକ୍ଷୀରେ ଭାରତ ସରକାର ସମସ୍ତ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେଉଥିବା ଶ୍ରୀ ପୁରୀ କହିଛନ୍ତି ।
ଇଂଲଣ୍ଡରେ କୋଭିଡ-19 ଅଧିକ ସଂକ୍ରମଣ ଦୃଷ୍ଟିରୁ ଭାରତ ସରକାର ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନ ଯାତାୟାତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଆସନ୍ତାକାଲି (22.12.2020) ରାତି 11ଟା 59 ମିନିଟ ଠାରୁ ଲାଗୁ ହେବ । ତେବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଅନୁମୋଦିତ ସମସ୍ତ ପଣ୍ୟବାହୀ ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ ଏହି କଟକଣା ଲାଗୁ ହେବନାହିଁ ।
ଭାରତକୁ ଅନ୍ୟାନ୍ୟ ବିମାନ ସଂସ୍ଥା ପକ୍ଷରୁ ଆସୁଥିବା ବିମାନରେ ସେମାନେ ଇଂଲଣ୍ଡରୁ ଭାରତକୁ କୌଣସି ଯାତ୍ରୀଙ୍କୁ ଆଣିବେ ନାହିଁ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଯାତ୍ରୀ ଯେପରି ଇଂଲଣ୍ଡରୁ ଭାରତକୁ ଯାତ୍ରା ନକରନ୍ତି ତାହା ସୁନିଶ୍ଚିତ କରାଯିବ ।
ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ଇଂଲଣ୍ଡରୁ ଆସୁଥିବା ବିମାନରେ ଯେଉଁ ଯାତ୍ରୀ ଆସନ୍ତାକାଲି ରାତି 11ଟା 59 ପୂର୍ବରୁ ପହଞ୍ଚିବେ ବିମାନବନ୍ଦରରେ ସେମାନଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଯାତ୍ରୀ ପହଞ୍ଚିବା ପରେ କୋଭିଡ-19 ସଂକ୍ରମିତ ବିବେଚିତ ହେବେ ସେମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବେ । ଯାତ୍ରୀଙ୍କୁ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡିବ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


