ଭିଜିଲାନ୍ସ ଜାଲରେ ମହିଳା ଅଙ୍ଗନବାଡି କର୍ମୀ : ବ୍ରହ୍ମପୁର

ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବ୍ରହ୍ମପୁର ସହର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଜଣେ ମହିଳା ଭିଜିଲାନ୍ସ ଜାଲରେ ପଡିଥିବା ଜଣାପଡିଛି l ଭିଜିଲାନ୍ସ ଜାଲରେ ପଡ଼ି ଥିବା ମହିଳା ଜଣକ ହେଲେ ଅଙ୍ଗନବାଡ କର୍ମୀ ନମିତା ଦଳେଇ । ବ୍ରହ୍ମପୁର ସହରରେ ଅନେକ ଘର ସହ ଭୁବନେଶ୍ବରରେ ମଧ୍ୟ ଘର ଥିବା ସୂଚନା ମିଳିଛି । ଏହି ଅଙ୍ଗନବାଡି କର୍ମୀ ମହିଳାଙ୍କ ଉପରେ ବହୁ ଦିନରୁ ନଜର ରହିଥିଲା । ଅଙ୍ଗନବାଡିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ସବୁ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଏବେ ଛାନିଆ ହୋଇଯାଇଛନ୍ତି । ଗତକାଲି ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଦୁର୍ନୀତି ମୂଳପୋଛ କରିବା ପାଇଁ ଆହ୍ବାନ ଦେଇଥିଲେ । ତଳରୁ ଉପର ସମସ୍ତ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ।




