କୋଲକାତାରେ ‘ସତ୍ୟନିଷ୍ଠାର ସ୍ୱର’: କବିତା ମାଧ୍ୟମରେ ସତର୍କତା ଓ ସଚ୍ଚୋଟତାର ବାର୍ତ୍ତା

କୋଲକାତା: ହିନ୍ଦୀ ମାସ, ନିବାରକ ସତର୍କତା ଉପରେ ତିନିମାସିଆ ଅଭିଯାନ ଏବଂ ସତର୍କତା ସଚେତନତା ସପ୍ତାହ-୨୦୨୬ର ପୂର୍ବ ପ୍ରସ୍ତୁତି ଅବସରରେ କୋଲକାତାସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ‘ସତ୍ୟନିଷ୍ଠାର ସ୍ୱର’ ଶୀର୍ଷକରେ ଏକ ସ୍ୱତନ୍ତ୍ର କବି ସମ୍ମିଳନୀ ଆୟୋଜିତ ହୋଇଛି।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବି. ସାଇରାମ ଏବଂ ମୁଖ୍ୟ ସତର୍କତା ଅଧିକାରୀ ବ୍ରଜେଶ କୁମାର ତ୍ରିପାଠୀ ଯୋଗଦେଇଥିଲେ। ସତ୍ୟନିଷ୍ଠା, ସତର୍କତା ଓ ଭାଷା-ସାହିତ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।

କବି ସମ୍ମିଳନୀରେ ମୁଖ୍ୟ ସତର୍କତା ଅଧିକାରୀ ବ୍ରଜେଶ କୁମାର ତ୍ରିପାଠୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (CSR) ଓମ ପ୍ରକାଶ ମିଶ୍ର, ମହାପ୍ରବନ୍ଧକ (ମାନବ ସମ୍ବଳ) ସଞ୍ଜୟ, MCLର ମହାପ୍ରବନ୍ଧକ (ଖଣି) ଦିନେଶ ମାଲି, BCCLର ଅବସରପ୍ରାପ୍ତ ମହାପ୍ରବନ୍ଧକ (ମାନବ ସମ୍ବଳ) ରାଜପାଲ ଯାଦବ, ECLର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ସୁଶୀଲ ସାହିଲ, SECLର ବରିଷ୍ଠ ପ୍ରବନ୍ଧକ (ମାନବ ସମ୍ବଳ) ପାଣି ପଙ୍କଜ ପାଣ୍ଡେୟ, BCCLର ଲିପିକ ରିଙ୍କୁ ଦୁବେ ଏବଂ ECLର ଲିପିକ ରୁମା ତପାଦାର ପ୍ରମୁଖ ନିଜ ନିଜ କବିତା ପରିବେଷଣ କରିଥିଲେ।
ସେମାନଙ୍କ କବିତାରେ ସତର୍କତା, ସତ୍ୟନିଷ୍ଠା, ନୈତିକ ମୂଲ୍ୟବୋଧ ଓ ସାହିତ୍ୟ ପ୍ରତି ଭଲପାଇବାର ବାର୍ତ୍ତା ପ୍ରତିଫଳିତ ହୋଇଥିଲା। କବିତା ପରିବେଷଣ ଉପସ୍ଥିତ ଶ୍ରୋତାଙ୍କୁ ଆକର୍ଷିତ କରିବା ସହ କାର୍ଯ୍ୟକ୍ରମକୁ ସାହିତ୍ୟିକ ମାହୋଲ ଦେଇଥିଲା।

କୋଲ୍ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବେ ଏହି ଆୟୋଜନ ସତ୍ୟନିଷ୍ଠା ଓ ପାରଦର୍ଶିତାର ବାର୍ତ୍ତାକୁ ସୃଜନଶୀଳ ଢଙ୍ଗରେ ଲୋକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ ଥିଲା।

