ଖଣିଅଞ୍ଚଳରେ ହାତୀଙ୍କ ଦବଙ୍ଗଗିରି, ବିନା ଗେଟ୍ ପାସ୍ ରେ ଖଣିରେ ଏଣ୍ଟ୍ରି।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀଙ୍କ ଦବଙ୍ଗଗିରି, ତାଙ୍କ ବିନା ଅନୁମତିରେ ଖଣିଜ ସମ୍ପଦ ଉତ୍ତୋଳନ ନାମରେ ତାଙ୍କଘର, ଜଙ୍ଗଲ ସବୁକୁ କାଟି ପଦା କରିପକାଇଲେ, ଯେଉଁଥି ପାଇଁ ଏବେ ଏପରି ପରିସ୍ଥିତି।ସେମାନେ ବି ଏବେ ବିନା ଗେଟ୍ ପାସରେ ମାରିଲେ ଖଣିରେ ଏଣ୍ଟ୍ରି, ଏକାଥରକେ ଖଣି ଭିତରେ ଏଣ୍ଟ୍ରି ମାରିଲେ ୧୨ଟିକିଆ ହାତୀ । କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ତଥା ଯୋଡ଼ାଖଣିମଣ୍ଡଳ ଅନ୍ତର୍ଗତ କାଟାମାଟି ଖଣିରେ ପଶିଲେ ୧୨ଟିକିଆ ହାତୀପଲ । ସନ୍ଧ୍ୟା ସମୟରେ ହଠାତ୍ ୧୨ଟିକିଆ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ସୂଚନା ଅନୁଯାୟୀ, ଏହି ହାତୀପଲ ବଡ଼ବିଲ୍ ରେଞ୍ଜ ମହାଦେବନଶା ଜଙ୍ଗଲରୁ ବାହାରି କାଟାମାଟି ଖଣିର ପାର୍କିଂ ଦେଇ ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ଜଣାପଡିଛି । ହାତୀପଲଙ୍କ ଦ୍ୱାରା ଖଣିରେ କୌଣସି କ୍ଷୟକ୍ଷତି କରିନଥିବା ବେଳେ ହାତୀଙ୍କ ଅଚାନକ ଏହି ଦବଙ୍ଗ ଏଣ୍ଟ୍ରିରେ ଲୋକେ ଭୟଭୀତ। ଗତ ୧ମାସ ଧରି ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଚଳପ୍ରଚଳ କରୁଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



