Spread the love

ବନ୍ଦେ ମାତରଂ ଏବଂ ନମାମି ଭାରତ ପୂତ୍ତି ଦିବସ ପାଳିତ।
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମଲ ବ୍ୟରେଜ ଠାରେ ୧୫୦ ବର୍ଷ ପୂତ୍ତି ଅବସରରେ ସାମୁହିକ ଭାବେ ବନ୍ଦେ ମାତରମ ଗାନ ପାଳିତ ହୋଇଯାଇଛି।


ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତିଙ୍କ ଯୋଜନା ଅନୁସାରେ ନିର୍ଦ୍ଧାରିତ ୧୧ଟା ସମୟ ରେ ବନ୍ଦେ ମାତରଂ ଓ ନମାମି ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା, ପରିଚାଳନା ସମିତି, ମାତୃଭାରତୀ, ଅଭିଭାବକ ଓ ପୂର୍ବ ଛାତ୍ର ଛାତ୍ରୀ ତଥା ଶୁଭେଛୁ ଏବଂ ନିକଟସ୍ଥ ବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷକ ମିଶି ପ୍ରାୟ ୨୫୦ରୁ ଅଧିକ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତ ମାତା ପ୍ରତି ସମସ୍ତ ଶିଶୁ ମାନଙ୍କ ମନରେ ଦେଶପ୍ରଣା ଓ ସଂମାନ ଜାଗ୍ରତ ଏବଂ ଭାରତର ତ୍ୟାଗ ଭାରତର ତେଜ ଏବଂ ଭାରତର ସ୍ୱାଭିମାନରହି ଭାରତ କୁ କିପରି ଆଗକୁ ନେଇକି ଯିବା ତାହା ହିଁ ମୂଳ ଲକ୍ଷ୍ୟ ଥିଲା।ବିଦ୍ୟାଳୟର ପ୍ରଧାନ ଆଚଯ୍ୟ ବସନ୍ତ କୁମାର ସାହୁଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମଟି ସୁନ୍ଦର ଓ ଆକଷଣୀୟ ହୋଇଥିଲା।
କଣିହାଁରୁ ସୁନୀଲ କୁମାର ସାମଲଙ୍କ ରିପୋଟ,

Leave a Reply

Your email address will not be published. Required fields are marked *

You missed