ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଶୋଧିତ ବିମାନ ସେବା ଚୁକ୍ତିନାମାକୁ କ୍ୟାବିନେଟ୍ ର ଅନୁମୋଦନ

ଜେ ବି ଏନ, ୨୩-୨୪/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଶୋଧିତ ବିମାନ ସେବା ଚୁକ୍ତିନାମା ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ।
ଏହି ସଂଶୋଧିତ ବିମାନ ସେବା ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଦୁଇ ଦେଶ ମଧ୍ୟରେ ଅଧିକ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରିବା ସହିତ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିକାଶରେ ସହାୟତା ପ୍ରଦାନ କରିବ। ଏହା ଦୁଇ ଦେଶ ମଧ୍ୟରେ ନୀରବଚ୍ଛିନ୍ନ ସଂଯୋଗ ପାଇଁ ସକ୍ଷମ ପରିବେଶ ପ୍ରଦାନ କରିବ ଏବଂ ଉଭୟ ପକ୍ଷର ବିମାନ ଚଳାଚଳ ପାଇଁ ଅଧିକ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବ।



