ଖରସ୍ରୋତା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର ୨୭/୯ ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ସର୍ବ ପୁରାତନ ଅଗ୍ରଣୀ ମହାବିଦ୍ୟାଳୟ ଖରସ୍ରୋତା ମହାବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।୫୦ ବର୍ଷ ପୂର୍ବେ ସିଂହପୁର ଭଳି ଏକ ଦୁର୍ଗମ ପଲ୍ଲୀରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ୫୦ ବର୍ଷ ଅତିକ୍ରମ କରି ୫୧ ବର୍ଷରେ ପଦାର୍ପଣ କରିଛି। ସେଥିପାଇଁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ,ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ସମସ୍ତେ ତପ୍ତର ହୋଇ ଉଠିଛନ୍ତି ।ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନରେ । ଏଥିନିମନ୍ତେ ଆୟୋଜିତ ପ୍ରଥମ ପ୍ରସ୍ତୁତି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୁଧାଂଶୁ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ସ୍ବାଗତ ଭାଷଣ ରଖିଥିଲେ। ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ସୁବକ୍ତା ପୂର୍ଣ୍ଣଚନ୍ଦ୍ର ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ।ମଞାସିନ ଅତିଥି ମାନଙ୍କ ମଧ୍ୟରେ ପୃର୍ବତନ ପ୍ରାଧ୍ୟାପକ ରବିନ୍ଦ୍ର ନାଥ ରାୟ,ପୃର୍ବତନ ହିସାବ ରକ୍ଷକ ତ୍ରିଲୋଚନ ବେଉରିଆ, ପୃର୍ବତନ ପରିଚାଳନା ସମିତି ସଦସ୍ୟ ଗୁରୁଚରଣ ଥାଟୋଇ ପ୍ରମୁଖ ସେମାନଙ୍କର ନିଜସ୍ୱ ମତ ପ୍ରତିପୋଷଣ କରିଥିଲେ। ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ନିରଞ୍ଜନ ବେଉରିଆ, ଦିଲ୍ଲୀପ ରାଉଳ, ଜ୍ଞାନେନ୍ଦ୍ର ବେଉରିଆ, ଗୋପାଳ ଚନ୍ଦ୍ର ସାମଲ,ମନୋଜ କୁମାର ସାମଲ, ସୁବାସ ଚନ୍ଦ୍ର ପ୍ରଧାନ, ମୀନକେତନ ପୁହାଣ, ଭାରତ ଭୁଷଣ ମଲ୍ଲିକ,ଭରତ ଚନ୍ଦ୍ର ନାୟକ, ଅମ୍ବିକା ପ୍ରସାଦ ସାମଲ, ଅକ୍ଷୟ କୁମାର ସେଠୀ,ମୀହିର କୁମାର ରାଉତ, ନିରଞ୍ଜନ ବେହେରା ପ୍ରମୁଖ ନିଜସ୍ୱ ମତ ପ୍ରତିପୋଷଣ କରିଥିଲେ। ସମାଜସେବୀ ପଦ୍ମାକର ଗୁରୁ ସଭାରେ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ। ସମସ୍ତଙ୍କ ମୁଖରୁ ଏକମାତ୍ର ସ୍ବର ଉଦଭାଷିତ ହୋଇଥିଲା ଯେ ମହାବିଦ୍ୟାଳୟର ମାନଗୈରବକୁ ରକ୍ଷାକରିବା ପାଇଁ ଯେମିତି ହେଲେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ।ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଏକ ଗୈରବ ଗାଥା ଭିତ୍ତିକ ସଂଗୀତ ସିଡି ଆମ ଖରସ୍ରୋତା ମହାବିଦ୍ୟାଳୟ ର ଶୁଭ ଲୋକାର୍ପଣ ଉତ୍ସବ ହୋଇଥିଲା । ପୃର୍ବତନ ଛାତ୍ର ତଥା ଅଧ୍ୟାପକ ଅରୁଣ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ସାମଲ, କୈଳାସ ଚନ୍ଦ୍ର ମିଶ୍ର, ମୀନକେତନ ତ୍ରିପାଠୀ,ଗଗନ ବିହାରୀ ବେହେରା, ଚିତ୍ତରଞ୍ଜନ ସାହୁ, ଦୀପ୍ତି ରଞ୍ଜନ ସେନାପତି, ନୀଳମଣି ମଲିକ,ବୈଭବ ନାୟକ,ବିବେକ ମେହେର, ଚନ୍ଦନ ପତି, ଅର୍ପିତା ସ୍ବାଇଁ, ବରିଷ୍ଠ କିରାଣି ଚୀରସ୍କିତା ନାୟକ, ରାଜେଶ କୁମାର ପୃଷ୍ଟି, ଚନ୍ଦ୍ରହସ୍ୟ ମଲିକ, ଚିନ୍ମୟ କୁମାର ଥାଟୋଇ,ମଳୟ କୁମାର ଦାସ, ଅଧ୍ୟାପକ ପାଣ୍ଡବ ସେଠୀ, ଯୋଗେନ୍ଦ୍ର ସୁତାର, କର୍ମଚାରୀ ଦିଲ୍ଲୀପ କୁମାର ବାରିକ, ସତ୍ୟରଞ୍ଜନ ନାୟକ, ମଦନମୋହନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

