ନୀଳକଣ୍ଠେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟରେ କ୍ୟାରିୟର କାଉନ୍ସେଲିଙ୍ଗ କାର୍ଯ୍ୟକ୍ରମ
ତାଳଚେର ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ୨୨ ସେପ୍ଟମ୍ବର ୨୦୨୬ ମସିହାରେ ଇଗନୋ ଅନୁଗୁଳ ଶାଖା ତରଫରୁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ମନ୍ଦାକିନୀ ତୁଙ୍ଗ ଉଦଘାଟନ କରିଥିଲେ I କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅନୁଗୁଳୁ ଶାଖାର ସହ ସଂଯୋଜକ ଡଃ ଦଧିବାମନ ପ୍ରଧାନ ସମ୍ୟକ ସୂଚନା ପ୍ରଦାନ କରିଥିଲେ I ଇଗନୋ , ଅନୁଗୁଳ ଶାଖାର ମୁଖ୍ୟ ତଥା ବରିଷ୍ଠ ସଂଯୋଜକ ଡଃ ଅଭିଳାଷ ନାୟକ , ଇଗନୋର ବିଭିନ୍ନ ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀମାନଙ୍କ ସହିତ ସୁବିସ୍ତୃତ ଆଲୋଚନା କରିଥିଲେ I ପ୍ରାୟ ୬୦ ରୁ ୭0 ଜ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ପଦାର୍ଥ ବିଜ୍ଞାନର ମୁଖ୍ୟ ଶ୍ରୀ ଲଲାଟେନ୍ଦୁ ଗଡ଼ନାୟକ ପରିଚାଳନା କରିଥିବାବେଳେ ଇରାଜୀ ବିଭାଗର ମୁଖ୍ୟ ଶ୍ରୀମତୀ ଶୁଭଦର୍ଶିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I
