Spread the love

ଚୋରା ପୀରତିର ପର୍ଦ୍ଦାଫାଶ : ପ୍ରେମ ପାଇଁ ସ୍ତ୍ରୀ ନେଲା ସ୍ୱାମୀର ଜୀବନ
ତାଳଚେର, ୨୮/୦୯ ତାଳଚେର ପଂଚାୟତ ଅଫିସ୍‌ରେ କାର୍ଯ୍ୟରତ ସୁଧିର ବାରିକ ଛାତରୁ ପଡ଼ି ଆତ୍ମହତ୍ୟା ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଥିବା ବେଳେ କୋଲିୟରୀ ପୋଲିସ୍ ଏହାର ଛାନଭିନ କରି ପ୍ରକୃତ ସତ୍ୟାସତ୍ୟର ପର୍ଦ୍ଦାଫାଶ କରିଛି । ବୃତିଗତ ଦକ୍ଷତା ଓ ତତ୍ପରତା ସହ କାର୍ଯ୍ୟକରି ଏହାର ପୁଙ୍ଖାନୁପୁଙ୍ଖ ବୈଜ୍ଞାନିକ, ବୈଷିକ ଓ ପ୍ରମାଣ ଭିତିକ ତଦନ୍ତ ମାଧ୍ୟମରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ତ୍ରୀ ସୁମିତା ବାରିକ (୩୦) ଓ ପ୍ରେମିକ ସିଦ୍ଧାନ୍ତ ମାଝୀ ବୟସ (୨୫) ଦ୍ୱୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାମୀ ଘଟଣାଟି ଛାତ ଉପରୁ ଖସିପଡ଼ି ଥିବାରୁ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲା । କିନ୍ତୁ କୋଲିୟରୀ ପୋଲିସ୍ ଘଟଣାର ଯାଂଚ, ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପାରିପାଶ୍ୱର୍ିକ ପ୍ରମାଣ ଆଧାରରେ ଏହାର ପ୍ରକୃତ ରହସ୍ୟ ପଦାକୁ ଆଣିଥିଲା । ତେବେ ଏହି ଘଟଣା ପ୍ରେମଜନିତ ହୋଇଥିବାରୁ ସ୍ତ୍ରୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା ବୋଲି ଚର୍ଚ୍ଚା ଯୋର ଧରିଛି । ଉଭୟେ ଉଭୟଙ୍କୁ ବିଗତ ଦିନରୁ ପ୍ରେମ କରି ଆସୁଥିଲେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *