ଜଙ୍ଗଲରୁଆସି ନଷ୍ଟକଲେ ଫସଲ ଓ ପୋଖରୀରେ ୨୫ ଟିକିଆ ହାତୀପଲଙ୍କ ଜଳ କ୍ରୀଡ଼ା

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ୨୫ ଟିକିଆ ହାତୀ ପଲଙ୍କ ଉପଦ୍ରବ। ବଣକାଟି – ଝାଲିଆବେଡା ଜଙ୍ଗଲରୁ ବାହାରି ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କଲେ ଫସଲ। ଏବଂ ଆଜି ଭୋର୍ ସକାଳ ସମୟରେ ବଣକାଟି ଜଙ୍ଗଲ ମଧ୍ୟରେ ଥିବା ପୋଖରୀରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ପୋଖରୀରେ ହାତୀପଲଙ୍କ ଜଳ କ୍ରୀଡ଼ାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଏ ଦୃଶ୍ୟ ହେଉଛି ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର। ଗତକାଲି ରାତିରେ ଝାଲିଆବେଡା ଜଙ୍ଗଲରୁ ବାହାରି ୨୫ ଟିକିଆ ହାତୀପଲ ଆଖପାଖ ବିଲରେ ପଶି ଧାନଫସଲ ଖାଇବା ସହ ଦଳି ଚକଟି ବହୁ ଫସଲ ନଷ୍ଟ କରିଥିବା ନେଇ ସୂଚନା। ରାତିସାରା ବ୍ୟାପକ କ୍ଷୟକ୍ଷତି କରିବା ପରେ ଆଜି ଭୋର୍ ସମୟରେ ସେହି ହାତୀ ପଲ ନିକଟସ୍ଥ ବଣକାଟି ଜଙ୍ଗଲ ମଧ୍ୟରେ ଥିବା ପୋଖରୀରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ମନ ଭରି ଗାଧୋଉଛନ୍ତି ହାତୀ ପଲ। ଏହା ପରେ ପୁଣି ଫେରି ଯାଇଛନ୍ତି ନିକଟସ୍ଥ ଝାଲିଆବେଡା ଜଙ୍ଗଲକୁ।ଏକାଥରକେ ୨୫ ଟି ହାତୀଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମୁଛି, ଯାହା ବିପଦକୁ ଆହୁରି ବଢାଉଛି।

ଅନ୍ୟ ପଟେ ହାତୀ ପଲଙ୍କ ଏକର ଏକର ଧାନ
ଫସଲ ନଷ୍ଟ ଯୋଗୁ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି। ବନ ବିଭାଗ ହାତୀପଲଙ୍କ ଉପରେ କଡା ନଜର ରଖିଥିବା ବେଳେ ହାତୀ ପାଖକୁ ନ ଯିବା ପାଇଁ ଓ ରାସ୍ତାରେ ଯିବା ବେଳେ ସତର୍କତା ର ସହ ଯିବା ଆସିବା କରିବାପାଇଁ ଆଖ ପାଖ ଗାଁ ମାନଙ୍କରେ ସତର୍କ ସୂଚନା ଜାରି କରିଛି ବନ ବିଭାଗ l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



