Spread the love

ସାମ୍ବାଦିକଙ୍କ ମାତୃ ବିୟୋଗ
ତାଳଚେର, ୨୯/୦୯ ତାଳଚେର ବ୍ଳକ ଅନ୍ତର୍ଗତ ତାଳବେଡ଼ା ଗ୍ରାମର ସାମ୍ବାଦିକ ଚର୍ତୁଭୂଜ ନନ୍ଦଙ୍କ ମାତା କୁମୁଦୁନୀ ନନ୍ଦ (୮୪)ଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେଟ୍ରାଂଲ କଲୋନୀ ସ୍ଥିତ ସାନପୁଅ, ବହୂଙ୍କ ନିକଟରେ ରହୁଥିଲେ । ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ବାସଭବନକୁ ବହୁ ଲୋକ ପଂହଚି ଶୋକସନ୍ତପ୍ତ ପରିବାରବର୍ଗଙ୍କ ସାନ୍ତ୍ୱନା ଦେଇଥିଲେ ଓ ଏହାକୁ ନେଇ ତାଳବେଡ଼ା ଗ୍ରାମରେ ଦୁଃଖରଛାୟା ଖେଳାଇ ଦେଇଛି । ତାଙ୍କର ମରଶରୀରକୁ ଅନୁଗୋଳ ସ୍ଥିତ କରଡ଼ା ଗାଡ଼ିଆ ଗ୍ରାମରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ । ସ୍ୱର୍ଗୀୟା କୁମୁଦୁନୀ ଜଣେ ମିଷ୍ଠଭାଷୀ, ମେଳାପୀ, ପରୋପକାରୀ, ସହୃଦୟବ୍ୟକ୍ତି, ଭାଗବତ ରୁଚି ମହିଳାଭାବେ ପରିଚିତ ଥିଲେ ।

Leave a Reply

Your email address will not be published. Required fields are marked *