Spread the love

ପାଟରାଣୀ ଉତ୍ପାଦକ କମ୍ପାନୀ ଲିଃ ବାର୍ଷିକ ସାଧାରଣ ବୈଠକ 2025-26

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ଖଲିଆପାଲି ପାଟରାଣୀ ଉତ୍ପାଦନ କମ୍ପାନୀ ଲିଃ ପକ୍ଷରୁ ବାର୍ଷିକ ସାଧାରଣ ବୈଠକ ପଦ୍ମପୁର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଦ୍ୟାନ ବିଭାଗ ଅଧିକାରୀ ନିହାରିକା ସାହୁ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତି ବିପିଏମ୍ ମଝିଆ ସେଠ, ପ୍ରାଣୀ ଚିକିତ୍ସା ହିସାବ ରକ୍ଷକ ମାନସ ତାଣ୍ଡି, ରୋହିତ ତାଣ୍ଡି, କର୍ତ୍ତବ୍ୟ ଏନଜୀଓ ଆଲୋକ ପ୍ରଧାନ ଏବଂ ହର୍ଶଟ୍ରଷ୍ଟ ରୁ ହରିଶଙ୍କର ଟୋଲ୍ଟିଆ, ଶଙ୍କର ସୁନା ,ବରିଷ୍ଠ ସାମ୍ବାଦିକ କପୂର୍ଚ୍ଚନ ସେଠିଆ ପ୍ରମୁଖ ଯୋଗଦାନ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ କିପରି ନିଜେ ବିଭିନ୍ନ ଜିନିଷ ଉତ୍ପାଦନ କରି ପଡ଼ୋଶୀ ରାଜ୍ୟ ଙ୍କୁ ରପ୍ତାନି କରି ଅର୍ଥ ଉପାର୍ଜନ କରିବା ସହ ସ୍ୱାବଲମ୍ବୀ ଭାବରେ କାଳାତିପାତ ଜୀବନ ଅତିବାହିତ କରିବା ସହ ଅନ୍ୟ ଲୋକଙ୍କୁ ସହଯୋଗ କରିବା ନିମନ୍ତେ ଉପସ୍ଥିତ ଅତିଥି ମାନେ ବିସ୍ତୃତ ଭାବରେ ପରାମର୍ଶ ଦେଇଥିଲେ ।
କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *