ବଅଁରପାଳ,୧୯.୯- ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆ ସ୍ଥିତ ମା’ ମହାପାଟ ଙ୍କ ମନ୍ଦିର ସମ୍ମୁଖରେ ତୁଳସୀପାଳ ପଞ୍ଚାୟତ ବିଜେଡି ପକ୍ଷରୁ ପଞ୍ଚାୟତ ସଭାପତି ଦୁଃଖବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରା ଯାଇଥିଲା l ଉକ୍ତ ବୈଠକରେ ଜିଲ୍ଲା ବିଜେଡି ଉପ ସଭାପତି ବାଉରୀବନ୍ଧୁ ସାହୁ, ବନ୍ଦା ସମିତି ସଭ୍ୟ ଦୁଷ୍ମନ୍ତ କୁମାର ଗଡ଼ନାୟକ, ସ୍ଥାନୀୟ ସମିତିସଭ୍ୟ କର୍ଣ ଗୋଛାୟତ ଓ ସରପଞ୍ଚଙ୍କ ପ୍ରତିନିଧି ଅଭୟ ସେଠୀ ଯୋଗ ଦେଇଥିଲେ l ବୈଠକରେ ରାଜ୍ୟ ବିଜେପି ଶାସନରେ ଚାଲିଥିବା କୁଶାସନ ସମ୍ପର୍କରେ ଆଲୋଚନା କରା ଯାଇଥିଲା l ଚାଷୀଙ୍କୁ ସାର ମିଳୁନି, ବାର୍ଦ୍ଧକ୍ୟ ଓ ବିଧବା ମାନଙ୍କୁ ଭତ୍ତା ମିଳୁନି କିନ୍ତୁ ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ କୋଟିକୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚକରି ମାସେ ପର୍ଯ୍ୟନ୍ତ ଦୀପ ଦାନ କରିବା ନିଷ୍ପତ୍ତିକୁ ଗଭୀର ନିନ୍ଦା କରା ଯାଇଥିଲା l ବିଜେପି ସରକାରଙ୍କ କୁଶାସନ ଓ ପୂର୍ବ ବିଜେଡି ସରକାରଙ୍କ ସୁଶାସନକୁ ପଞ୍ଚାୟତର ଘରେଘରେ ପହଞ୍ଚାଇ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଉପସ୍ଥିତ ସମସ୍ତେ ଶପଥ ନେଇଥିଲେ l ପଞ୍ଚାୟତର ସଭାପତି ଭାବେ ଦୁଃଖବନ୍ଧୁ ବିଶ୍ୱାଳ ପୁନଃ ଚୟନ ହୋଇଥିବା ବେଳେ ଉପସଭାପତି ରାମଚନ୍ଦ୍ର ବେହେରା, ପ୍ରତାପ ସାମଲ, ଗିରିଶ ଚନ୍ଦ୍ର ବିଶ୍ୱାଳ, ସାଧାରଣ ସମ୍ପାଦକ ବୈକୁଣ୍ଠ ସାହୁ, ସହ ସମ୍ପାଦକ ମନୋଜ କୁମାର ସାହୁ, ସୁବ୍ରତ କୁମାର ବିଶ୍ୱାଳ, ମହିଳା ସଭାପତି ସସ୍ମିତା ସାମଲ, ଯୁବ ସଭାପତି ବିନୋଦ କୁମାର ବିଶ୍ୱାଳ, ମିଡ଼ିଆ କୋର୍ଡିନେଟର ସିଧେଶ୍ୱର ସାହୁ, ପ୍ରକାଶ ବିଶ୍ୱାଳ, କୁନା ମହାନ୍ତି, ଜିତେନ୍ଦ୍ର ସାହୁ, ଡିଜିଟାଲ ସେକ୍ରେଟାରୀ ରାଜାରାମ ସାହୁ ଓ ବୁଥ କମିଟି ସଭାପତି ଭାବେ ଶ୍ରୀକାନ୍ତ ସାମଲ, ସୁମନ୍ତ ବିଶ୍ୱାଳ, ବିଦ୍ୟାଧର ନାଏକ, ରମେଶ ବାରିକ, ଜ୍ୟୋତିର୍ମୟ ଦେହୁରୀ ପ୍ରମୁଖ ଚୟନ ହୋଇଥିଲେ l ଶେଷରେ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଉଦୟନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l




