ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ
ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ପୁଣିଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବି ଜୋରଦାର ହୋଇଛି। ସୋମବାର ଜମ୍ମୁ-କଶ୍ମୀର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଗତ କରିଥିବା ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପ୍ରସ୍ତାବ ପାରିତ ହୋଇଛି।
ପ୍ରସ୍ତାବରେ ଭାରତ ସରକାରଙ୍କୁ ଜମ୍ମୁ-କଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ତୁରନ୍ତ ଓ ଜରୁରୀ ଭିତ୍ତିରେ ପୁନଃସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପାଇଁ ମଧ୍ୟ ଗୃହ ନିଷ୍ପତ୍ତି ନେଇଛି।
ପ୍ରସ୍ତାବ ଉପରେ ଆଲୋଚନା ବେଳେ ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ବିଜେପି ବିଧାୟକମାନେ ପ୍ରସ୍ତାବକୁ ବିରୋଧ କରି ସ୍ଲୋଗାନ ଦେବା ସହ ଭୋଟିଂ ପୂର୍ବରୁ ଗୃହରୁ ୱାକ୍ଆଉଟ୍ କରିଥିଲେ। ପରେ ଭଏସ୍ ଭୋଟ୍ରେ ପ୍ରସ୍ତାବଟି ପାରିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଓମାର ଅବଦୁଲ୍ଲା ସେପ୍ଟେମ୍ବର ୨୫ରେ ଏହି ପ୍ରସ୍ତାବ ଗୃହରେ ଆଗତ କରିଥିଲେ। ପ୍ରସ୍ତାବରେ ୨୦୦୦ ଓ ୨୦୨୪ରେ ବିଧାନସଭାରେ ପାରିତ ପୂର୍ବ ପ୍ରସ୍ତାବଗୁଡ଼ିକର ମଧ୍ୟ ଉଲ୍ଲେଖ ରହିଛି।
Members of Jammu and Kashmir Assembly during First day a sesson of The State Legislative Assembly in Srinagar on Monday. Express Photo by Shuaib Masoodi. 30.09.2013. 