ପଞ୍ଚମହଲା ଦୋକାନରେ ନିଆଁ ଲଗାଇବା ଘଟଣା: CCTV ଫୁଟେଜ୍ରୁ ଧରାପଡ଼ିଲେ ଅଭିଯୁକ୍ତ
ଅନୁଗୋଳ: ସଦର ଥାନା ଅଧୀନ ପଞ୍ଚମହଲା ଅଞ୍ଚଳରେ ଦୋକାନରେ ଯୋଜନାବଦ୍ଧ ଭାବେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାଳିଆ ଭୋଇ।
ପୋଲିସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ଭୋର ସମୟରେ ପଞ୍ଚମହଲାରେ କୁମୁଦ ଚନ୍ଦ୍ର ନାଏକଙ୍କ ଗ୍ରୋସରୀ ଓ ଭେରାଇଟି ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ ଜଣେ ଅଜଣା ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା।
ନିଆଁ ଦୋକାନରୁ ନିକଟସ୍ଥ ଗ୍ୟାରେଜ୍ ଓ ଅନ୍ୟ ଏକ ଦୋକାନକୁ ବ୍ୟାପିଯାଇଥିଲା। ଫଳରେ ବିଭିନ୍ନ ସାମଗ୍ରୀ ନଷ୍ଟ ହେବା ସହ ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍ରେ ମୁହଁ ଢାଙ୍କିଥିବା ଜଣେ ବ୍ୟକ୍ତି ଦୋକାନ ନିକଟକୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଉଥିବା ଦୃଶ୍ୟ ରେକର୍ଡ ହୋଇଥିବା ପୋଲିସ କହିଛି।
CCTV ଫୁଟେଜ୍ ସହ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ କାଳିଆ ଭୋଇ ବୋଲି ଚିହ୍ନଟ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିବା ମଧ୍ୟ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।
ପରେ ପୋଲିସ କାଳିଆ ଭୋଇଙ୍କୁ ଗିରଫ କରି ନ୍ୟାୟାଳୟକୁ ପଠାଇଛି। ଘଟଣାର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଜାରି ରହିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
