Spread the love

୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର, ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀ, ୩୦/୯: ଦୀର୍ଘ ୬ ବର୍ଷର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପୁଣି ଭକ୍ତଙ୍କ ପାଇଁ ଖୋଲିଲା ପୁରୀର ପବିତ୍ର ଶ୍ରୀଗୁଣ୍ଡିଚା ମନ୍ଦିର। ବୁଧବାର ସକାଳ ପ୍ରାୟ ୭ଟା ୪୫ରେ ପୂଜାର୍ଚ୍ଚନା ପରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା। ଏହାପରେ ଶ୍ରଦ୍ଧାଳୁମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ଦୀର୍ଘ ବ୍ୟବଧାନ ପରେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନର ସୁଯୋଗ ପାଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ମନ୍ଦିର ଖୋଲିବାର ପ୍ରଥମ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ରହିବ। ଏହାପରେ ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି।

ଭକ୍ତମାନଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଦର୍ଶନର ବ୍ୟବସ୍ଥା ରହିଛି।

ସେହିପରି ଭକ୍ତମାନଙ୍କ ସୁବିଧା ପାଇଁ ଜୋତା ଓ ମୋବାଇଲ ରଖିବାର ବ୍ୟବସ୍ଥା ମଧ୍ୟ ନିଶୁଳ୍କ କରାଯାଇଛି। କରୋନା ମହାମାରୀ ସମୟରେ ୨୦୨୦ରୁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦୀ ଏବେ ପୁଣି ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବା ପରେ ପୁରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *