Spread the love

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ରେ ମାତୃ ସମ୍ବଳିନୀ ଅନୁଷ୍ଠିତ
ଭଟଲି : -୩୦/୦୯/୨୬ ବୁଧବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ଭଟଲିରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବରେ ନିବେଦିତା ଆଇ.ଟି.ଆଇ. ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାନ ଦେହେରୀ ଯୋଗ ଦେଇ ମା ମାନଙ୍କୁ ଶିଶୁ ମାନଙ୍କ ର କିପରି ଯତ୍ନ ନେବେ ଓ ଶିଶୁ ମାନଙ୍କୁ କିପରି ବିଦ୍ୟା କ୍ଷେତ୍ରରେ ଅଗ୍ରଗତି କରିପାରିବେ ସେ ଉପରେ ଆଲୋକପାତ କରିଥିଲେ l ଏଥିରେ ଶିଶୁ ବାଟିକା ବିଭାଗ ର ୫୦ ଜଣ ମାଆ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅକ୍ଷୟ କୁମାର ପୂଜାହାରୀଅତିଥି ପରିଚୟ ପ୍ରଦାନ କରିବା ସହିତ ଘରେ ମା ମାନଙ୍କ ଭୂମିକା ବିଷୟ ରେ ଦିଗଦର୍ଶନ ଦେଇଥିଲେ l ଏହି ସମ୍ମିଳନୀର ଆଭିମୁଖ୍ୟ ଶିଶୁ ବାଟିକା ପ୍ରମୁଖ ଶ୍ରୀ ଡୋଳାମଣି ସାହୁ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମକୁ ଶ୍ରୀମତୀ ଶୋଭାଗିନୀ ସାହୁ ସଂଯୋଜନା କରିଥିଲେ ଓ କାର୍ଯ୍ୟକ୍ରମରେ ଶ୍ରୀମତୀ କ୍ଷୀରେଶ୍ଵରୀ ନାୟକ, ରୀତା ପଧାନ,ରୀତୁ ମହାକୁର ଓ ଅନ୍ୟ ଗୁରୁମା ମାନେ ଉପସ୍ଥିତ ରହି ତଥା ବୃନ୍ଦାବତୀ ଭୁଏ ମାଉଁସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *