ୱେବିନାର ମାଧ୍ୟମରେ ଜ଼ିଲ୍ଲା ସ୍ତରୀୟ ଖାଉଟି ଅଧିକାର ଦିବସ ପାଳିତ

ଜେ ବି ଏନ, ୨୪/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜାତୀୟ ସୂଚନା ଓ ପ୍ରଯୁକ୍ତି ଭି. ସି. ରୁମ ଠାରେ ୱେବିନାର ମାଧ୍ୟମରେ ଜ଼ିଲ୍ଲା ସ୍ତରୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି ! ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଧି ଭାବେ ଜ଼ିଲ୍ଲାପାଳ ସରୋଜକାନ୍ତ ମିଶ୍ର ଯୋଗଦେଇ ଆମ ଦେଶରେ 1986 ମସିହା ଡିସେମ୍ବର 24 ତାରିଖରେ ଖାଉଟି ସୁରକ୍ଷା ଅଧିନିୟମ ଲାଗୁ କରାଯାଇଛି ! ସେହିଦିନ ଠାରୁ ଉପୋଭୋକ୍ତା ମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଛି ! ନାଗରିକ ମାନେ ଅଧିକାରର ସୁରକ୍ଷା ସହିତ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ଉଦବୋଧନ ଦେଇଥିଲେ ! ମୁଖ୍ୟବକ୍ତା ଭାବେ ବରିଷ୍ଟ ଆଇନୀଜୀବୀ ରଂଜିତ କୁମାର ମହାନ୍ତି ! ସଂମ୍ମାନିତ ଅତିଥିଭାବେ ମାପ ଓଜନ ସହାୟକ ନିୟତ୍ର୍ରକ ହରି ଶଙ୍କର ପଟ୍ଟନାୟକ ! ସହକାରୀ ଯୋଗାଣ ଅଧିକାରୀ ସଲାଉଦିନ ଖାଁ ! ପ୍ରଫୁଲ ବେହେରା ! D. I. P. R.O.କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ! ଜ଼ିଲ୍ଲା ସ୍ତରୀୟ ଖାଉଟି ଅଧିକାର ଦିବସରେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ !



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)