ପାର୍ବଣ ଋତୁ ପାଇଁ ଓଡ଼ିଶା ପୋଲିସର କଡ଼ା ପଦକ୍ଷେପ: ଅପରାଧୀଙ୍କୁ ସାବାଡ୍ କରିବାକୁ ରାଜ୍ୟବ୍ୟାପୀ ଆରମ୍ଭ ହେଲା ‘ଅପରେସନ୍ ଦମନ’
ଭୁବନେଶ୍ୱର: ପାର୍ବଣରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବାକୁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଦମନ’। ଏହି ଅଭିଯାନ ଆସନ୍ତା ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଜାରି ରହିବ।
ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଅଧୀନରେ ଜାମିନ ବିହୀନ ଗିରଫ ପରୱାନା (NBW) କାର୍ଯ୍ୟକାରୀ କରିବା ସହିତ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ କାରବାର, ଏବଂ ଜୋରଜବରଦସ୍ତ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୀମାନ୍ତ ଅଞ୍ଚଳରେ ନାକାବନ୍ଦୀ ଓ ବର୍ଡର ସିଲିଂ ଜରିଆରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

September 20, 2026/
No Comments


