Spread the love

ସରସ୍ୱତୀ ଶିଶୁମନ୍ଦିରରେ ମାତୃ କର୍ମଶାଳା
ତାଳଚେର, ୩୦/୦୯ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମଙ୍ଗୁଳୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ଓ ମୁଖ୍ୟବକ୍ତା ଭାବରେ ତାଳଚେର ସଙ୍କୁଳ ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟା ରୀନାକ୍ଷୀ ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ଅର୍ଚ୍ଚନା ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀମତୀ ଗଡ଼ନାୟକ ନିଜ ବକ୍ତବରେ ଶିଶୁର ଶାରିରୀକ,ବୌଦ୍ଧିକ ଓ ଶୈକ୍ଷିକ ବିକାଶରେ ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୬୬ଜଣ ମାଆ ଉପସ୍ଥିତ ଥିଲେ । ମାଆମାନଙ୍କୁ ଶାରିରୀକ, ପ୍ରାଣିକ ବିକାଶ, ମାନସିକ ବିକାଶ, ଅଙ୍କ ଜ୍ଞାନ, ସଂଖା ଓ ଅକ୍ଷର ପରିଚୟ ଆଦି ତାଲିମ ଦିଆଯାଇଥିଲା । ଏହା ସହିତ ମାଆମାନଙ୍କ ମଧ୍ୟରେ ଏକ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟା ରୀତା ଭୂତିଆ ଓ ସରସ୍ୱତୀ ସାହୁୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *