ଅଫୁଟା ବାଣ ଧରି ଖେଳୁଥିବା ବେଳେ ତାହା ଫୁଟି ୬ ବର୍ଷର ପିଲାର ଡାହାଣ ହାତ ଖିନଭିନ୍ , ଚିକତ୍ସା ପାଈଁ ଅର୍ଥ ନାହିଁ, ସହାୟତା ପାଇଁ ନିବେଦନ

ଜେ ବି ଏନ, ୨୪/୧୨/୨୦୨୦, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମରେ ଏକ ଅଫୁଟା ବାଣ ଫୁଟି ଏକ ୬ ବର୍ଷର ପିଲାର ଡାହାଣ ହାତ ଖୀନଭିନ ହୋଇଯାଇ ପିଲାର ଅବସ୍ଥା ଗୁରୁତର ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ସନ୍ତୋଷ ବାରିକ ଓ କୁନି ବାରିକଙ୍କ ପୁଅ ସିଦ୍ଧାର୍ଥ ବାରିକ (୬) ନିଜ ସାଙ୍ଗ ମାନଙ୍କ ସହିତ ନିଜ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ରାସ୍ତା କଡରେ ପଡ଼ିଥିବା ଏକ ଅଫୁଟା ବାଣକୁ ଆଣି ନିଆଁ ଲଗାଇବା ବେଳେ ହଠାତ ତାହା ଫୁଟି ଯାଇଥିଲା । ଫଳରେ ପିଲାଟିର ଡାହାଣ ହାତର ପାପୁଲି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ତାକୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ପାପୁଲିକୁ ସିଲେଇବା ପରେ ତାକୁ କଟକ ନେବା ପାଈଁ ପରାମର୍ଶ ଦେବା ପରେ ସେ ଏବେ କଟକ ସ୍ଥିତ ତ୍ରିସି ହସ୍ପିଟାଲ ଠାରେ ଚିକିତ୍ସିତ ହେଉଛି । ଟଙ୍କା ଅଭାବ ଥିବା ଯୋଗୁଁ ସେ ଧାର ଉଦ୍ଧାର କରିବା ସହ ସୁନା ବନ୍ଧକ ରଖି ତାକୁ ହସ୍ପିଟାଲ ରେ ଚିକିତ୍ସା କରୁଥିବା ନେଇ କାନ୍ଦି କାନ୍ଦି କହିଛନ୍ତି । ପିଲାର ବାପା ସନ୍ତୋଷ ସୁରଟ ରେ କାମ କରୁଥିବା ବେଳେ ମା କୁନି ତା ନିକଟରେ ରହି ଦେଖାଶୁଣା କରୁଛନ୍ତି । ତାର ଚିକିତ୍ସା ପାଈଁ ସହଯୋଗର ହାତ ବଢାଇବା ପାଈଁ କୁନି ନିବେଦନ କରିଛନ୍ତି । ଯେଉଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ସହଯୋଗ ର ହାତ ବଢେଇବା ପାଇଁ ଚାହୁଁଛନ୍ତି କୁନି ଙ୍କ ମୋବଇଲ୍ ନମ୍ବରରେ ଯୋଗାଯୋଗ କରି ସହଯୋଗ କରିପାରିବେ । ମୋବାଇଲ ନମ୍ବର – : ୮୬୫୮୭୦୯୨୮୩



