Spread the love

ଜୟ ଜଗନ୍ନାଥ ବରିଷ୍ଠ ସେବା ସଂଘ ସଂପାଦକଙ୍କ ଦେହାନ୍ତ

ଢେଙ୍କାନାଳ, ୧/୧୦ : ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜୟ ଜଗନ୍ନାଥ ବରିଷ୍ଠ ସେବା ସଂଘ ସଂପାଦକ ପ୍ରଫୁଲ୍ଲ କୁମାର ପରିଡାଙ୍କ ଆଜି ଦିବା ୧୦.୩୦ ମି. ସମୟରେ କଟକ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଅଛି । ସେ ଜଣେ ମେଳାପି, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ତାଙ୍କର ଦେହାନ୍ତ ଖବର ଶୁଣି ଅଂଚଳରେ ଶୋକର ଛାୟା ଖେଳୀଯାଇଛି । ସେ ସଂଘ ପାଇଁ ସଂପାଦକ ଭାବେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଆସିଛନ୍ତି । ସଂଘ ପକ୍ଷରୁ ସଭାପତି ଗୋପିନାଥ ଜେନାଙ୍କ ସହିତ ବହୁ ସଦସ୍ୟମାନେ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ଉପସ୍ଥିତ ହୋଇ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ପୁରୀ ସର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଅଛି ।

Leave a Reply

Your email address will not be published. Required fields are marked *